
ଜଟଣୀ,୧୦/୯ ,(ଜିଲ୍ଲା ଖବର):
ପ୍ରସିଦ୍ଧ ଗଣେଶପୂଜା କେବଳ ପରମ୍ପରା ମଧ୍ୟରେ ହୋଇପାରିବ ବୋଲି ପ୍ରଶାସନ ସୁଚନା ଦେଇଛି । ଭୂବନେଶ୍ୱର କମିଶନରେଟ ପୁଲିସ ଏବଂ ଜଟଣୀର ବ୍ୟବସାୟୀ ମହାସଂଘ ଏହି ଆଇନକୁ ମାନି ପୂଜାନିତିକୁ ସମ୍ପର୍ଣ୍ଣ କରିବ ବୋଲି ଗଣମାଧ୍ୟମରେ ପ୍ରତିଶୃତି ଦେଇଛି । କେବଳ ସହରର ପ୍ରସିଦ୍ଧ ପୂଜା ମଣ୍ଡପକୁ ପୂଜା କରିବାଲାଗି ମିଳିଛି ଗ୍ରୀନ ସିଗନାଲ । ଗଳିକନ୍ଦିରେ ମହାଆଡମ୍ବରରେ ହେଉଥିବା ଗଣେଶପୂଜାରେ ଲାଗିଯାଇଛି ରୋକ୍ । ପୂଜାରେ ପୂଜା ମଣ୍ଡପ କର୍ମକର୍ତା ଓ ପୁରୋହିତ ସମେତ ମୋଟ ୭ଜଣଙ୍କ ମଧ୍ୟରେ ପରଦା ଆଢୁଆଳରେ ହେବ ଗଜାନନଙ୍କ ପୂଜା । ୪ଫୁଟରୁ ଅଧିକ ଉଚ୍ଚତା ମୁର୍ତିକୁ ପୂଜା ପାଇବାରେ ସୁଯୋଗ ମିଳିପାରିବ ନାହିଁ ବୋଲି କୁହାଯାଇଛି । ସ୍ୱଳ୍ପ ସମୟ ମଧ୍ୟରେ ହେବ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଏବଂ ଯାନିଯାତ୍ରାକୁ ସଂପୁର୍ଣ୍ଣ ବାରଣ କରାଯାଇଛି । ଏହି ଆଇନକୁ ଅବମାନନା କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଲାଗିବ କରୋନା ଅବମାନନା ଆକ୍ଟ ବୋଲି ପୁଲିସ ପ୍ରଶାସନ କଡା ଚେତାବନୀ ଦେଇଛି । ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଅଂଚଳରେ ଖ୍ୟାତି ଅର୍ଜନ କରିଛି । ଏହି ପୂଜାପାଇଁ ଜଟଣୀ ସହରକୁ ଦିର୍ଘ ଏକମାସଠାରୁ ପ୍ରସ୍ତୁତ ହୋଇଯାଇଥାଏ । ପୂଜାଉତ୍ସବକୁ ଶୃଙ୍ଖଳିତ କରିବାପାଇଁ ଭୂବନେଶ୍ୱର କମିଶନରେଟ ପୁଲିସର ସହାୟତା ନିଆଯାଇଥାଏ । ଏଥିଲାଗି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରଶାସନିକ ଓ ବ୍ୟବସାୟୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥାଏ । ଜଟଣୀ ସହରରେ ୧୩ଟି ମୂଖ୍ୟ ପେଣ୍ଡାଲକୁ ଛାଡିଦେଲେ ମୋଟ ଛୋଟ ବଡ ଭାବେ ୧୦୦ରୁ ଉର୍ଦ୍ଧ୍ୱ ପୂଜାପେଣ୍ଡାଲରେ ଗଜାନନ ପୂଜାପାଇଥାନ୍ତି । ଯାନିଯାତ୍ରା ଏବଂ ପାରମ୍ପରିକ ପାଲା,ମେଲୋଡି ଇତ୍ୟାଦିକୁ ବାରଣ କରାଯାଇଛି ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


