
୦୯/୦୯/୨୧(ଜିଲ୍ଲା ଖବର) : ଚିକିତ୍ସା ନପାଇ କୁଜଙ୍ଗ ଯୁବକ ଦୁଷ୍ମନ୍ତ ଆତ୍ମହତ୍ୟା ଘଟଣା । ମୃତଦେହ ଅନ୍ତିମ ସଂସ୍କାର ପରେ କୁଆଡେ ଗଲେ ଦୁଷ୍ମନ୍ତଙ୍କ ମା ଓ ଶଳା ? କାହିଁକି ଲାଗୁନି ତାଙ୍କ ଫୋନ୍ ? କାହିଁକି ଘରେ ପହଞ୍ଚି ନାହାଁନ୍ତି ପରିବାର ଲୋକ ?
ସେପଟେ ଘଟଣାରେ ପ୍ରତିବାଦ କରି କଟକ-ପାରାଦୀପ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । କାହିଁକି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାତି ଅଧିଆ ମୃତଦେହର ପୋଷ୍ଟମର୍ଟ କରାଗଲା।ପୁରୀରେ ତରବରିଆ ଭାବେ କାହିଁକି ଶବ ପୋଡି ଦିଆଗଲା।
କେଉଁ ଦୋଷ ଲୁଚାଇବାକୁ ଚାଲିଥିଲା ଯୋଜନା । ଏପରିକି ଶେଷ ଥର ପାଇଁ ପୁଅକୁ ଦେଖିବାକୁ ଦେଲେନି ବୋଲି କହିଛନ୍ତି ଦୁଷ୍ମନ୍ତଙ୍କ ବୁଢା ବାପା । ଅନ୍ୟପଟେ କେସ୍ ରଫାଫା ପାଇଁ କାଳେ ବିଡିଓ ଲକ୍ଷେ ଟଙ୍କାର ଚେକ୍ ଦେଇଥିବା ଅଭିଯୋଗ ଆଣିଛନ୍ତି ପୁତୁରା । ବିଜୁ କାର୍ଡ ଥାଇ ବି ଚିକିତ୍ସା ମିଳୁନଥିବା ଅଭିଯୋଗ ଆଣି ଗତକାଲି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ । ମେଡିକାଲ ନେବା ବଦଳରେ ପ୍ରଥମେ ତାଙ୍କୁ ଥାନାକୁ ନିଆଯାଇଥିଲା ସମୟରେ ମେଡିକାଲ ନିଆଯାଇଥିଲେ ଦୁଷ୍ମନ୍ତ ବଞ୍ଚିପାରିଥାନ୍ତେ ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଶଳା ।


