Home ଆଞ୍ଚଳିକ ଟି -20 ବିଶ୍ୱକପରେ ଭାରତକୁ ଗ୍ରୁପ ପର୍ଯ୍ୟାୟରେ ଭେଟିବ ପାକିସ୍ତାନ

ଟି -20 ବିଶ୍ୱକପରେ ଭାରତକୁ ଗ୍ରୁପ ପର୍ଯ୍ୟାୟରେ ଭେଟିବ ପାକିସ୍ତାନ

8

୦୯/୦୯/୨୧(ଜିଲ୍ଲା ଖବର) : ଅକ୍ଟୋବର 24 ରେ ବିଗ ଫାଇଟ।  ଟି -20 ବିଶ୍ୱକପରେ ଆମନା – ସାମନା ହେବେ ଦୁଇ ଚିର ପ୍ରତିନ୍ଦ୍ବଦି ଭାରତ ଏବଂ ପାକିସ୍ତାନ।  ଆଇସିସି ଇଭେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତ ରେକର୍ଡ ଭଲ ରହିଛି। ସେହିପରି ସମସ୍ତ ବିଶ୍ୱକପ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ। ତେବେ ଚଳିତ ବର୍ଷ ମ୍ୟାଚ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜମ ଭାରତକୁ ଚେତାବନୀ ଦେବା ସହ ଦୁବାଇ ତାଙ୍କ ଘରୋଇ ମାଟି ଏବଂ ସେମାନେ ଏଠାରେ ଭାରତକୁ ଅତି ସହଜରେ ପରାସ୍ତ କରିବେ ବୋଲି କହିଛନ୍ତି। ମାତ୍ର ଦଳ ଘୋଷଣା ପରେ ପାକିସ୍ତାନ କ୍ରିକେଟରେ ଅସନ୍ତୋଷ ଦେଖାଦେଇଛି. ଦଳରେ 2017 ଚାମ୍ପିଅନ ଟ୍ରଫି ବିଜେତା ଅଧିନାୟକ ସର୍ଫରାଜ ଅହମ୍ମଦ ଏବଂ ଓପନର ବ୍ୟାଟସମାନ ଫକର ଜମନଙ୍କୁ ସ୍ଥାନ ମିଳିନାହିଁ।

ସେହିପରି ଭେଟେରାନ ସୋଏବ ମଲ୍ଲିକକୁ ମଧ୍ୟ ଅଣଦେଖା କରିଛି ପିସିବି।  ଦଳ ଘୋଷଣା ହେବାର ଦୁଇ ଘଣ୍ଟା ମଧ୍ୟରେ ପାକିସ୍ତାନ ମୁଖ୍ୟ କୋଚ ମିସବା ଉଲ ହକ ଏବଂ ବୋଲିଂଗ କୋଚ ୱାକର ଯୁନିସ ସେମାନଙ୍କ ପଦ ଛାଡିବା ଏବେ ଚର୍ଚାର ବିଷୟ ପାଲଟିଛି।  ମହମ୍ମଦ ହାଫିଜ ଅଭିଜ୍ଞ ଖେଳାଳି ଦଳରେ ରହିଥିବା ବେଳେ ଅନେକ ଯୁବ ଚେହେରା ସ୍ଥାନ ପାଇଛନ୍ତି। 2007 ରୁ ଆରମ୍ଭ ହୋଇ ଖେଳାଯାଇଥିବା ଟି -20 ବିଶ୍ୱକପର ସମସ୍ତ ମ୍ୟାଚରେ ପାକିସ୍ତାନକୁ ମାତ ଦେଇଛି ଭାରତ। ଏହା ସହ ପରାଜୟ ପରେ ପାକିସ୍ତାନୀ ଟିଭି ଭାଙ୍ଗୁଥିବାର ଦୃଶ୍ୟ ମଧ୍ୟ ନଜର ଆସିଛି। ତେବେ ସବୁଥର ପରି ଏଥର ମଧ୍ୟ ସେମାନଂକୁ ମାତ ଦେବାକୁ ପ୍ରସ୍ତୁତ ଅଛି ବିରାଟ ବାହିନୀ।