Sunday, November 15, 2026
Home ଆଞ୍ଚଳିକ ଗୀତର ତାଳେ ତାଳେ ଝୁମିଲେ ଗୌରୀଙ୍କ ମା’

ଗୀତର ତାଳେ ତାଳେ ଝୁମିଲେ ଗୌରୀଙ୍କ ମା’

7

ନୂଆଦିଲ୍ଲୀ, ୦୯/୦୯/୨୧(ଜିଲ୍ଲା ଖବର) : ବଲିଉଡ ଅଭିନେତା ଶାହରୁଖ୍ ଖାନଙ୍କ ପତ୍ନୀ ଗୌରୀ ଖାନ ,ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ସତ, ହେଲେ ତାଙ୍କର ପପୁଲାରିଟି କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ । ସବୁବେଳେ ସେ ତାଙ୍କର ଷ୍ଟାଇଲ  ଏବଂ ୟୁନିକ୍ ଫ୍ୟାଶନ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଗୌରୀ ଖାନ୍ । ଏହା ସହିତ ସେ ମଝିରେ ମଝିରେ ଫଟୋ , ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ତେବେ ନିକଟରେ ଗୌରୀ ଖାନ୍ ସେୟାର କରିଥିବା ଏକ ଭିଡିଓ, ସୋସିଆଲ ମିଡିଆରେ ବେଶ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୌରୀଙ୍କ ମା’ ଡାନ୍ସ କରୁଥିବା ନଜର ଆସୁଛନ୍ତି ।

ସେଲିବ୍ରେଟି ଇଣ୍ଟିରିୟର ଡିଜାଇନର ଗୌରୀ ଖାନ୍ ନିଜ ଅଫିସିଆଲ ଇନଷ୍ଟା ଆକାଉଂଟରେ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ଗୌରୀଙ୍କ ମା’ ଡାନ୍ସ କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ସେୟାର କରି ଏକଦମ୍ ଖାସ୍ ଅନ୍ଦାଜରେ, ସେ ତାଙ୍କୁ ବାଥଡେ ଓ୍ବିସ୍ କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ‘Cool Mommy’ । କେବଳ ଏତିକି ନୁହେଁ, ଏହା ସହିତ ସେ ଏକଥା ମଧ୍ୟ ଲେଖିଛନ୍ତି ଯେ, ‘ଏମିତି କେହି ନାହାଁନ୍ତି ଯିଏକି ତୁମ ଡାନ୍ସ ଷ୍ଟେପକୁ ମ୍ୟାଚ୍ କରି ପାରିବ,ହାପି ବାର୍ଥଡେ ମମ୍’ ।

ଗୌରୀ ଖାନ୍ ସେୟାର କରିଥିବା ଭିଡିଓରେ ,ତାଙ୍କ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି, ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।