
ନୂଆଦିଲ୍ଲୀ , ୦୯/୦୯/୨୧(ଜିଲ୍ଲା ଖବର) : ୯ ସେପ୍ଟେମ୍ବର ମାନେ ଆଜି ହେଉଛି, ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଜନ୍ମଦିନ । ତେବେ ତାଙ୍କର ଏହି ଖାସ ଦିନର ଗୋଟେ ଦିନ ପୂର୍ବରୁ ହିଁ , ଆରପାରିକୁ ଚାଲି ଯାଇଛନ୍ତି ଅକ୍ଷୟଙ୍କ ମା’ ଅରୁଣା ଭାଟିଆ । ଅକ୍ଷୟ କୁମାର ତାଙ୍କ ଜନ୍ମଦିନରେ ମା’ଙ୍କ ସହ ଏକ ଫଟୋ ସେୟାର କରି , ତାଙ୍କୁ ଭାରି ମନେ ପକାଉଛନ୍ତି ।
ଇନଷ୍ଟାରେ ଅକ୍ଷୟ କୁମାର ମା’ଙ୍କ ସହିତ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ ମୋ ବିଶ୍ବାସ ମା’ ସେପାରିରେ ଥାଇ ବି ମୋ ପାଇଁ ହାପି ବାର୍ଥଡେ ଗୀତ ଗାଉଥିବ । ଆପଣ ସମସ୍ତଙ୍କ ସମ୍ବେଦନ ଓ ଶୁଭକାମନା ପାଇଁ ଧନ୍ୟବାଦ୍ । ତାଙ୍କର ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସ ଓ ଅନେକ ସେଲିବ୍ରେଟି ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ପ୍ରକାଶ ଥାଉକି, ମା’ଙ୍କ ବହୁତ୍ ନିକଟତର ଥିଲେ ଅକ୍ଷୟ କୁମାର । ଆରପାରିକୁ ତାଙ୍କ ମା’ ଚାଲିଯିବା ପରେ, ଏହା ହେଉଛି ଅକ୍ଷୟ କୁମାରଙ୍କ ପ୍ରଥମ ଜନ୍ମଦିନ । ତେବେ ଆଜି ତାଙ୍କର ଏହି ଖାସ ଦିନରେ ମା’ଙ୍କୁ ମନେ ପକାଇ ଭାବବିହ୍ଵଳ ହୋଇ ପଡିଛନ୍ତି ଅକ୍ଷୟ କୁମାର ।


