ବସ-ସ୍କୁଟି ମହାଁମୁହିଁ ଧକ୍କା, ସ୍କୁଟି ଚାଳକ ମୃତ

7

ନୟଗାଡ, ୦୯/୦୯/୨୧(ଜିଲ୍ଲା ଖବର) :  ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗ ମାଟିଆ ଠାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ବସ-ସ୍କୁଟି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ସ୍କୁଟି ଚାଳକର ମୃତ୍ୟୁ ହୋଇଥିବାବେଳେ  ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ଦଶପଲ୍ଲା ଥାନା ଅନ୍ତର୍ଗତ  NH-୫୭  ଜାତୀୟ ରାଜପଥର ରଙ୍ଗମାଟିଆ ଠାରେ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍ ସହିତ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହେବା ସହିତ  ସ୍କୁଟିରେ ବସିଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।