
ବ୍ରହ୍ମପୁର,୦୯/୦୯/୨୧(ଜିଲ୍ଲା ଖବର) : ଗଞ୍ଜାମରେ ସାରର କଳାବଜାରି । ୟୁରିଆ, ଗ୍ରୋମର, ପଟାସ ଏବଂ ଜୈବିକ ସାର ଜମିରେ ପକାଇବାକୁ ଆବଶ୍ୟକ ହେଉଥିବା ବେଳେ ସାରର କଳାବଜାରି ଦେଖାଦେଇଛି । ୟୁରିଆ ବସ୍ତା ପ୍ରତି ସରକାରୀ ଦର ୨୭୦ ଟଙ୍କା ଥିଲା ବେଳେ ୫୦୦ ଟଙ୍କାରେ ବିକ୍ରି କରାଯାଇ ଚାଷୀଙ୍କୁ ଶୋଷଣ କରାଯାଉଛି।
ଯାହାଫଳରେ ସାଧାରଣ ଚାଷୀଟିଏ ବର୍ତ୍ତମାନ ସମୟରେ ଧାର କରଜ କରି ଆଣି ଏତେ ଚଢା ଦରରେ କିଣିବା ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇପଡିଛି । କୃଷି ବିଭାଗର ଅଧିକାରୀମାନେ ସବୁ ଜାଣି ମଧ୍ୟ ଡିଲରମାନଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ତୁରନ୍ତ ଏହାର ସମାଧାନ କରାଯାଇ ସରକାରୀ ମୂଲ୍ୟରେ ଯୋଗାଇ ସାର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଚାଷୀ। ଏନେଇ ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ମଧ୍ୟ ଭେଟିଛନ୍ତି ।



