
୦୯/୦୯/୨୧(ଜିଲ୍ଲା ଖବର) : ଦୁଷ୍ମନ୍ତ ଆତ୍ମହତ୍ୟା ମାମଲାରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ବିତଣ୍ଡା ଯୁକ୍ତି । କହିଛନ୍ତି ତାଙ୍କୁ ବିରୋଧୀ ଉସକାଇବାରୁ ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ସବୁ ପ୍ରକାର ସରକାରୀ ସୁବିଧା ମିଳିଛି ।
ଗତକାଲି ଆତ୍ମହତ୍ୟା କରିବା ସମୟରେ ଦୁଷ୍ମନ୍ତ କହିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କୁ ସହାୟତା ମିଳିନାହିଁ । ଏସସିବିରେ ତ୍ରୁଟିପୂର୍ଣ୍ଣ ଅପରେସନ୍ ପାଇଁ ଜୀବନ ଯାଇଛି । ଚିକିତ୍ସା ନପାଇବାରୁ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ସତ କହୁଛନ୍ତି ନା ପ୍ରମିଳା ମଲ୍ଲିକ ସତ, ଯଦି ସବୁ ସରକାରୀ ସହାୟତା ମିଳିଥିଲା ତାହା ହେଲେ ଦୁଷ୍ମନ୍ତ ଆତ୍ମହତ୍ୟା କଲେ କାହିଁକି, କାହିଁକି ତାଙ୍କର ଚିକିତ୍ସା ହୋଇପାରିଲାନାହିଁ, ଉତ୍ତର ରଖିବେ କି ପ୍ରମିଳା ମଲ୍ଲିକ ।
ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କାହିଁକି ଚୁପ୍ ବସିଛନ୍ତି ଏନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।


