Saturday, November 14, 2026
Home ଆଞ୍ଚଳିକ ଗଞ୍ଜେଇ ଜବତ, ଯୁବକ ଗିରଫ

ଗଞ୍ଜେଇ ଜବତ, ଯୁବକ ଗିରଫ

44

ଜଟଣୀ,୯/୯/୨୧(ଜିଲ୍ଲା ଖବର):
କୁଶମାଟି ଗ୍ରାମରେ ଜଟଣୀ ପୋଲିସ ଚଢ଼ଉ କରି ୫କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ସୂଚନା ଜଟଣୀ ଥାନାର ଭାରପ୍ରାପ୍ତ ପୁଲିସ ନୀରିକ୍ଷକ ବିଶ୍ବ ରଞ୍ଜନ ସାହୁଙ୍କ କହିବାନୁସାରେ କୁଶମାଟି ଗ୍ରାମରେ ଚୋରା ଗଞ୍ଜେଇ ବିକ୍ରି ହେବା ପାଇଁ ଯାଉଥିବା ପୁଲିସ ଖବର ପାଇଥିଲା । ପୋଲିସ ଏଚ୍‌ପିସିଏଲ୍‌ ପ୍ଲାଣ୍ଟ ଛକ ଠାରେ ଛକି ରହି ଅଭିଯୁକ୍ତକୁ କାବୁ କରି ନେଇଥିଲା । ଗିରଫ ହୋଇଥିବା ଯୁବକଙ୍କ ନାମ ହେଲା ମାନସ କୁମାର ସାହୁ (୪୦), ପିତା ଗନ୍ଧର୍ବ ସାହୁ । ପୁଲିସ ତା ପାଖରୁ ୫୭୦ ଟଙ୍କା ଜବତ କରିଥିଲା । ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର