
ମୁମ୍ବାଇ,୦୯/୦୯/୨୧(ଜିଲ୍ଲା ଖବର) : ଏମିତି ଅନେକ ସେଲିବ୍ରେଟି ଅଛନ୍ତି, ଯେଉଁମାନେ ନାମୀଦାମୀ ଗାଡି ଚଢିବାକୁ ବହୁତ୍ ପସନ୍ଦ କରନ୍ତି । ତେବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ୍ କପୁର । ସବୁବେଳେ ମଲାଇକା ଆରାରାଙ୍କୁ ନେଇ ଚର୍ଚ୍ଚାରେ ରହୁଥିବା ଅର୍ଜୁନ କପୁର, ନିକଟରେ ଏକ ଦାମୀ କାର୍ କିଣିଛନ୍ତି । ସେ ଏଥର Maybach GLS600 SUV ଗାଡି କିଣିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅର୍ଜୁନଙ୍କର ଏହି କାରର ଦାମ୍ ଶୁଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ଏହି ଲଗଜରୀ Maybach GLS600 SUV କାରର ମୂଲ୍ୟ ୨ କୋଟି ୪୩ ଲକ୍ଷ ବୋଲି କୁହାଯାଉଛି । ତାଙ୍କର ଏହି କାରରେ ସମସ୍ତ ଅତ୍ୟାଧୁନିକ ସୁବିଧା ଓ ଫିଚର ରହିଛି । ଏହା ପ୍ରଥମ ଥର ନୁହେଁ ଯେ, ଅର୍ଜୁନ କପୁର ଦାମୀ କାର କିଣିଛନ୍ତି । ଏହା ପୂର୍ବରୁ ମଧ୍ୟ ତାଙ୍କ ପାଖରେ ଦାମୀ କାର ରହିଛି ।


