
ନୂଆଦିଲ୍ଲୀ, ୦୯/୦୯/୨୧(ଜିଲ୍ଲା ଖବର) : ଡିସ୍କଭରି ଚ୍ୟାନେଲରେ ଆରମ୍ଭ ହୋଇ ଯାଇଛି ଷ୍ଟାର ଭର୍ସେସ ଫୁଡର ସିଜିନ୍ ୨ । ଶୋ’ର ପ୍ରଥମ ଏପିସୋଡରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଯୋଗ ଦେଇଥିଲେ । ଏଥିରେ ସେ କାରିୟନ୍ ମିଲ ପ୍ରସ୍ତୁତ କରିଥିଲେ । ତାଙ୍କର ଏହି କୁକିଂ ଏକ୍ସପେରିମେଣ୍ଟରେ ତାଙ୍କୁ ସାହାଯ୍ୟ କରିଥିଲେ, ଜେସବ୍ଲ୍ୟୁ ମୋରିୟମ ର କାର୍ଯ୍ୟକାରୀ ପରିଚାଳକ ସେଫ୍ ଅଭିଷେକ ବସୁ । ଏଥିରେ ଜାହ୍ନବୀଙ୍କର କୁକିଂ ଏକ୍ସପେରିମେଣ୍ଟ ଏକଦମ୍ ମଜାଦାର ରହିଥିଲା । ଏହାରି ମଧ୍ୟରେ ଜାହ୍ନବୀ ତାଙ୍କ ଫ୍ୟାମିଲିର ଏକ ମଜାଦାର ଟ୍ରାଡିସନର ମଧ୍ୟ ଖୁଲାସା କରିଥିଲେ ।
ସେ କହିଥିଲେ ଯେ, ଘରେ ଏକ କପୁର ଟେଷ୍ଟ ହୁଏ । ଯେଉଁଥିରେ ତାଙ୍କ ଫ୍ୟାମିଲିର ସମସ୍ତ ସଦସ୍ୟଙ୍କ ଉପରେ ଏହା ଲାଗୁ ହୁଏ । ସେ କହିଛନ୍ତି ଯେ, ‘ଆମ କିଚେନରେ ଯଦି କିଏ ମସଲା ବରଦାସ୍ତ କରି ନପାରନ୍ତି ତ ସେ କପୁର ନୁହେଁ । ତାଙ୍କୁ ଜୀବନସାରା ଲଜ୍ଜିତ ହେବାକୁ ପଡିବ । ତାଙ୍କୁ ଅଲଗା ଟେବୁଲରେ ମଧ୍ୟ ଖାଇବାକୁ ପଡିବ’ ।
ସୂଚନାଯୋଗ୍ୟ : ଏହି ଶୋ’ରେ, ପରବର୍ତ୍ତୀ ସମୟରେ ଜାହ୍ନବୀ କପୁରଙ୍କ ବ୍ୟତୀତ, ନୋରା ଫତେହି, ଅନିଲ କପୁର,ଅନନ୍ୟା ପାଣ୍ଡେ ଭଳି ଆଉ କିଛି ଷ୍ଟାର ମଧ୍ୟ ନଜର ଆସିବେ ।


