Saturday, November 14, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ଅକ୍ଷୟ କୁମାର

ଜନ୍ମଦିନର ଶୁଭେଚ୍ଛା ! ଅକ୍ଷୟ କୁମାର

8

ନୂଆଦିଲ୍ଲୀ,୦୯/୦୯/୨୧(ଜିଲ୍ଲା ଖବର) : ବଲିଉଡର ଖିଲାଡି ଷ୍ଟାର କୁହାଯାଉଥିବା ଅକ୍ଷୟ କୁମାର, ସବୁବେଳେ ନିଜର ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ସେ ନିଜ ଦମରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅନେକ ହିଟ ଫିଲ୍ମରେ ଅଭିନୟ କରି ସେ, ସଫଳତା ହାସଲ କରିବା ସହିତ , ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ଫିଲ୍ମ ‘Saugandh’ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ହେଲେ ଫିଲ୍ମ’ଖିଲାଡି’ରେ ତାଙ୍କୁ ଅସଲ ପରିଚୟ ମିଳିଥିଲା । ତାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଅନେକ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ ।

ତେବେ ଆଜି ହେଉଛି ଅକ୍ଷୟ କୁମାରଙ୍କ ଜନ୍ମଦିନ । ୯ ସେପ୍ଟେମ୍ବର ୧୯୬୭ରେ ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ ।  ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅର୍ଗସ୍ ପରିବାର ତରଫରୁ, ଢେରସାରା ଶୁଭକାମନା ।