Friday, November 13, 2026
Home ଆଞ୍ଚଳିକ ଆଜି ରାଜ୍ୟରେ ୮ ଜଣଙ୍କ ମୁଣ୍ଡ ନେଲା କରୋନା

ଆଜି ରାଜ୍ୟରେ ୮ ଜଣଙ୍କ ମୁଣ୍ଡ ନେଲା କରୋନା

6

ଭୁବନେଶ୍ୱର,୦୯/୦୯/୨୧(ଜିଲ୍ଲା ଖବର) :  ଆଜି ରାଜ୍ୟରେ କରୋନା ନେଇଛି ୮ ଜଣ ଜୀବନ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୭୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଛନ୍ତି । ଯାଜପୁର, ମୟୁରଭଞ୍ଜ, ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତ୍ୟୁ ବି ହ୍ରାସ ପାଇଛି।