Home ଅପରାଧ ଛୁରୀ ଦେଖାଇ ଅଭିନେତ୍ରୀଙ୍କ ଠାରୁ ୬.୫ ଲକ୍ଷ ଲୁଟିନେଲେ ଲୁଟେରା

ଛୁରୀ ଦେଖାଇ ଅଭିନେତ୍ରୀଙ୍କ ଠାରୁ ୬.୫ ଲକ୍ଷ ଲୁଟିନେଲେ ଲୁଟେରା

16

ନୂଆଦିଲ୍ଲୀ, ୦୯/୦୯/୨୧(ଜିଲ୍ଲା ଖବର) : ଏକ ଚୋରୀ ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ଅଭିନେତ୍ରୀ ତଥା ମଡେଲ  ALANKRITA SAHAI   । ଆଜ୍ଞା  ହଁ, ଖବର ଅନୁଯାୟୀ, ଅଭିନେତ୍ରୀଙ୍କୁ ଛୁରୀ ଦେଖାଇ ବନ୍ଧକ ରଖି କିଛି ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ନେଇ ଯାଇଥିବା କଥା ଶୁଣିବାକୁ ମିଳୁଛି ।  ୩ ଜଣ ଲୁଟେରା ତାଙ୍କ ଘରେ  ପଶି ସାଢେ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଲୁଟେରା ମାନେ ପ୍ରଥମେ ଛୁରୀ ଦେଖାଇ ଅଳଙ୍କୃତାଙ୍କୁ ବନ୍ଧକ ରଖି, ଦୁଇ  ଘଂଟା ଧରି ତାଙ୍କ ଘରେ ଲୁଟ କରିଥିଲେ । ଏହାପରେ ବାଲକୋନି ଦେଇ ଲୁଟେରା ମାନେ ଫେରାର ହୋଇ ଯାଇଥିଲେ ।

  ସୂଚନା ଅନୁଯାୟୀ, ଚଣ୍ଡିଗଡ଼ର ସେକ୍ଟର ୨୭ ସ୍ଥିତ ଅଳଂକୃତାଙ୍କ ଘରେ ଦିନ ୧୨ଟା ବେଳେ ଘଟିଛି ଏହି ଘଟଣା । ଏନେଇ ସେ ଥାନାରେ ଏତଲା ଦେବା ପରେ , ପୁଲିସ୍ ପକ୍ଷରୁ ଲୁଟେରା ମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଛି। ପୁଲିସ୍ ଏହି ଘଟଣାରେ ଏବେ ଛାନଭିନ୍ ଜାରି ରଖିଛି ।  ଏହି ଘଟଣା ପରେ ଏକଦମ୍ ଭୟବୀତ ହୋଇ ଯାଇଛନ୍ତି ଅଳଙ୍କୃତା ।

ଏହି ଘଟଣା ବେଳେ ଅଭିନେତ୍ରୀ ଅଳଂକୃତା ସହାୟ ଘରେ ଏକୁଟିଆ ଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି  । ସିସିଟିଭି ଫୁଟେଜ୍ ଆଧାରରେ ଲୁଟେରା ମାନଙ୍କୁ ପୁଲିସ୍ ଖୋଜୁଛି । ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।