Thursday, November 12, 2026
Home ଆଞ୍ଚଳିକ ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡି ଘଟଣା: ଜଣେ ମୃତ, 35 ନିଖୋଜ

ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡି ଘଟଣା: ଜଣେ ମୃତ, 35 ନିଖୋଜ

12

୦୯/୦୯/୨୧(ଜିଲ୍ଲା ଖବର) :  ବ୍ରହ୍ମପୁତ୍ର  ନଦୀରେ ଦୁଇ ଡଙ୍ଗା ବୁଡି ଘଟଣାରେ  ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ  35 ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା କୁହାଯାଉଛି । ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିବାବେଳେ  ଆଜି ଆର୍ମୀ ମଧ୍ୟ ରେସ୍କ୍ୟୁ ଅପରେସନରେ ଯୋଗ ଦେବ ବୋଲି ସୂଚନା ରହିଛି ।

ଏଠାରେ କହି ରଖୁଛୁ ଯେ, ଗତକାଲି ଆସାମ ବ୍ରହ୍ମପୁତ୍ର ନଦୀରେ 120 ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଡଙ୍ଗାଟି ଓଲଟି ପଡିଥିଲା । ଜୀବନ ଆକୁଳରେ ଅନେକ ଲୋକ ପାଣିକୁ ଡେଇଁ ପଡିଥିଲେ । ଖବର ଶୁଣି ଆସାମା ମୁଖ୍ୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ  ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ସମସ୍ତ ଚେଷ୍ଟା ଜାରି କାରିଯିବ ବୋଲି କହିଥିଲେ ।

ଏବେ ସୁଦ୍ଧା ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ 35 ଜଣ ନିଖୋଜ ଅଛନ୍ତି । ଏନଡିଆରଏଫ  ଓ ଏସଡିଆରଏଫ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ଆଜି ନୂଆ ଯନ୍ତ୍ରପାତି ସହ ଭାରତୀୟ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ଯୋଗ ଦେବ ବୋଲି ସୂଚନା ରହିଛି ।