
୦୯/୦୯/୨୧(ଜିଲ୍ଲା ଖବର) : ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟଣା । ଚିକିତ୍ସା ଅବହେଳା ଯୋଗୁ ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଯଦି ମୃତ୍ୟୁ ହେଲା କାହିଁକି ରାତି ଅଧିଆ ତରବରିଆଭାବେ ପୋଷ୍ଟମର୍ଟମ କରି ରାତାରାତି ପୋଡି ଦିଆଯାଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି।
SCBରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ରାତି ଅଧରେ ପୋଷ୍ଟମର୍ଟମ ହୋଇଥିଲା । ସୂଚନାନୁସାରେ, ବୁଧବାର ବିଧାନସଭା ଆଗରେ ହାତ କାଟି, ବିଷ ପିଇଥିଲେ ଦୁଷ୍ମନ୍ତ ଦାସ। ସକାଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ ସଂଧ୍ୟାରେ ମୃତ୍ୟୁ ହୋଇଥିଲା ଦୁଷ୍ମନ୍ତଙ୍କର ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ସ୍ୱାସ୍ଥ୍ୟ ସୁବିଧା ନପାଇ ବିଧାନସଭା ଆଗରେ ଗତକାଲି ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ । ଦୁଷ୍ମନ୍ତଙ୍କ ଅଭିଯୋଗ ଥିଲା, ୨୦୨୦ ମାର୍ଚ୍ଚ 22ରେ ଦୁର୍ଘଟଣାର ଶିକାର ହେବା ପରେ ସେ କଟକ ବଡ ମେଡିକାଲ୍ ଚିକିତ୍ସା ପାଇଁ ଯାଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କ ଗୋଡରେ ପ୍ରଥମ ଅପରେସନ ୨୦୨୦ ମାର୍ଚ୍ଚ 23ରେ ହୋଇଥିଲା । ଦ୍ୱିତୀୟ ଅପରେସନ ୨୦୨୦ ଜୁନ 19ରେ ହୋଇଥିଲା । ଜୁଲାଇ ୧୫ରେ କରୋନା ପାଇଁ ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିଲେ ।
ଏହାପରେ ଗୋଡର ଅବସ୍ଥା ଖରାପ ହେବାକୁ ଲାଗିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ୨୪ ନଭେମ୍ବର ୨୦୨୦ରେ ଘରୁ ନେଇ ତାଙ୍କୁ ହସ୍ପିଟାଲରେ ଆଡ଼ମିଶନ କରାଇ କାର୍ଯ୍ୟ ସାରିଦେଲେ । SCB Orthopedic ଡିପାଟମେଣ୍ଟ ଭୁଲ୍ ଅପରେସନ ଏବଂ ଅବହେଳା ହୋଇଥିବା ମାନିଥିଲେ । କିନ୍ତୁ SCBରେ ଚିକିତ୍ସା ସମ୍ଭବ ନଥିବା କହି ଫେରାଇ ଦେଇଥିଲେ ।
ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ୨ ଫେବୃଆରୀ ୨୦୨୧ରେ SCB ମେଡିକାଲରୁ ଆସି ପ୍ରାଇଭେଟ ହସ୍ପିଟାଲରେ ଆଡ଼ମିଶନ ହେଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଥିଲେ ବି ସମସ୍ତେ ଚିକିତ୍ସା ନକରି ଫେରାଇ ଦେଲେ । ସବୁଆଡୁ ନିରାଶ ହେବା ପରେ ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ । ଶେଷରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା।



