Sunday, October 11, 2026
Home ଅପରାଧ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଭିନ୍ନ ସଂଗଠନ ପକ୍ଷରୁ ୬ଘଣ୍ଟାପାଇଁ ଖଇରା ବନ୍ଦ

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଭିନ୍ନ ସଂଗଠନ ପକ୍ଷରୁ ୬ଘଣ୍ଟାପାଇଁ ଖଇରା ବନ୍ଦ

7

୦୯/୦୯/୨୧(ଜିଲ୍ଲା ଖବର) : ଏସିଏଫ୍ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁରେ ସମ୍ପୃକ୍ତ ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଖଇରା ବଜାରକୁ ୬ଘଣ୍ଟାପାଇଁ ବନ୍ଦ ଡାକରା ଦିଆଯାଇଛି । ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଦୋକାନ,ଅଫିସ ଏବଂ ସୋର-କୁପାରୀ ରାଜ୍ୟରାଜପଥକୁ ବନ୍ଦ କରାଯାଇଛି ।

ଆଗାମୀ ଦିନରେ ଯଦି ତୁରନ୍ତ ଦୋଷୀମାନଙ୍କୁ ଗିରଫ କରାନଯାଏ ଏହି ଆନ୍ଦୋଳନ ତୀବ୍ରତର ହେବବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୨ମାସ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ଦୋଷୀମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ।