Sunday, November 15, 2026
Home ଆଞ୍ଚଳିକ ସ୍ଲିମ୍‌ ଟ୍ରିମ୍‌ ହେଲେ ଭାରତୀ

ସ୍ଲିମ୍‌ ଟ୍ରିମ୍‌ ହେଲେ ଭାରତୀ

4

ନୂଆଦିଲ୍ଲୀ,୦୯/୦୯/୨୧(ଜିଲ୍ଲା ଖବର) : ଆଜିକାଲି ସମସ୍ତେ ଫିଟ ରହିବାକୁ ଅଧିକ ପସନ୍ଦ କରୁଛନ୍ତି । ଏଥିପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଚେଷ୍ଟା ଚଳାଉଛନ୍ତି । କିଏ ଜିମରେ ଘଂଟା ଘଂଟା ଧରି ଝାଳ ବୁହାଉଛି ତ, କିଏ ଘରେ ରହି ଭିନ୍ନ ଭିନ୍ନ ପ୍ରକାରର ଏକ୍ସରସାଇଜ  କରୁଛନ୍ତି । ଏଥିରୁ ବାଦ୍ ପଡୁ ନାହାଁନ୍ତି ସେଲିବ୍ରେଟି ମାନେ । ସେମାନେ ସବୁବେଳେ ନିଜକୁ ଫିଟ ରଖିବା ସବୁବେଳେ ନିଜ ନିଜର ଚେଷ୍ଟା ଜାରି ରଖିଥାଆନ୍ତି ।

ବଲିଉଡର କମେଡି କୁଇନ ଭାରତୀ ସିଂହଙ୍କ କଥାତ ସମସ୍ତେ ଜାଣିଥିବେ । ଯିଏକି କଥା କଥାରେ  ହସାଇ ହସାଇ ବେଦମ କରାନ୍ତି ଦର୍ଶକଙ୍କୁ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନିକଟରେ ଭାରତୀ ୧୫ କିଲୋ ଓଜନ କମାଇଛନ୍ତି । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଓଜନ କମିଥିବାର ଝଲକ୍ ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି, ପୂର୍ବରୁ  ୯୧ କିଲୋ ପାଖାପାଖି ତାଙ୍କର ଓଜନ ଥିଲା । ହେଲେ ଏବେ ସେ ୭୬କିଲୋ ହୋଇ ଯାଇଛନ୍ତି । ଏହାକୁ ନେଇ ଖୋଦ୍ ଭାରତୀ କହିଛନ୍ତି ଯେ, ‘ ମୁଁ ନିଜେ ବି ଆଶ୍ଚର୍ଯ୍ୟ ଯେ ମୁଁ ମୋ ଓଜନ କମ୍ କରିଛି’ । ତାଙ୍କ ହିସାବରେ ‘ତୁମେ ଯଦି ତୁମ ନିଜକୁ ଭଲ ନପାଇବ ତେବେ ତୁମକୁ କେହି ଭଲ ପାଇବେ ନାହିଁ ‘ ।  

ତେବେ ସେ ତାଙ୍କର ଓଜନ କମ୍ କରିବା ପାଇଁ ପ୍ରତିଦିନ ସଧ୍ୟା ୭ଟା ପୁର୍ବରୁ ନିଜର ରାତ୍ରି ଭୋଜନ କରୁଥିଲେ । ସଧ୍ୟା ୭ଟାରୁ ପରଦିନ ୧୨ଟା ଯାଏଁ ସେ ଗ୍ୟାପ୍ ରଖୁଥିଲେ । ଦିନ ୧୨ଟା ମଧ୍ୟାହ୍ନ ଭୋଜନ କରୁଥିଲେ ସେ । ଏହା ସହିତ ସେ ପ୍ରତିଦିନ ବ୍ୟାୟାମ କରିବା ଜାରି ରଖିଥିଲେ ।