Wednesday, November 11, 2026
Home ଆଞ୍ଚଳିକ ନିର୍ଦ୍ଦେଶକ ଆନନ୍ଦ.ଏଲ.ରାୟଙ୍କ ମା’ଙ୍କ ଦେହାନ୍ତ

ନିର୍ଦ୍ଦେଶକ ଆନନ୍ଦ.ଏଲ.ରାୟଙ୍କ ମା’ଙ୍କ ଦେହାନ୍ତ

4

ନୂଆଦିଲ୍ଲୀ,୦୯/୦୯/୨୧(ଜିଲ୍ଲା ଖବର) : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟ୍ଟିଆଙ୍କ ଦେହାନ୍ତ ପରେପରେ, ଏବେ ଅକ୍ଷୟ କୁମାରଙ୍କ ଫିଲ୍ମ ’ରକ୍ଷାବନ୍ଧନ’ ଏବଂ ‘ଅତରଙ୍ଗୀ ରେ’ର ଡାଇରେକ୍ଟର ଆନନ୍ଦ ଏଲ୍ ରାୟଙ୍କ ମା’ଙ୍କର ଦେହାନ୍ତ ହୋଇଛି । ଆନନ୍ଦ ଓ ତାଙ୍କ ଭାଇ ରବି ଦୁହେଁ ମା’ଙ୍କ ଅତି ପ୍ରିୟ ଥିଲେ । ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଦୁହେଁ । ଆଉ ଏହା ତାଙ୍କ ପାଇଁ ତାଙ୍କ ଜୀବନର ସବୁଠାରୁ ବଡ ଝଟକା । ନିଜ ମା’ଙ୍କ ଅନ୍ତିମ ସଂସ୍କାର ପରେ, ଅକ୍ଷୟ କୁମାର ମଧ୍ୟ ଯାଇ ଆନନ୍ଦଙ୍କ ମା’ଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିଲେ ।

ପ୍ରକାଶ ଥାଉକି, ଆନନ୍ଦ ଏଲ୍ ରାୟ ଏବଂ ଅଭିନେତା ଅକ୍ଷୟ କୁମାର ଅପକମିଙ୍ଗ ଫିଲ୍ମ’ରକ୍ଷାବନ୍ଧନ’, ଅତରଙ୍ଗୀ ରେ’ରେ କାମ କରୁଛନ୍ତି । ରକ୍ଷା ବନ୍ଧନରେ ଭୂମି ପେଡେନେକର ଅକ୍ଷୟଙ୍କ ସହ ନଜର ଆସିବେ । ଫିଲ୍ମ ଅତରଙ୍ଗୀ ରେ ଅକ୍ଷୟଙ୍କ ସହ ସାରା ଅଲ୍ଲୀ ଖାନ୍ ନଜର ଆସିବେ।