
: ଆସନ୍ତା ୧୦ ତାରିଖରେ ଉତ୍ତର ବଙ୍ଗୋପସାଗର ପୂର୍ବରେ ଏକ ଲଘୁଚାପ ବଳୟ ସୃଷ୍ଟିହେବ । ଯାହା ୧୧ରେ ଲଘୁଚାପରେ ପରିଣତ ହୋଇ ୧୩ ତାରିଖ ସକାଳେ ଦକ୍ଷିଣ ଓଡିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ପଶ୍ଚିମ ଆଡକୁ ଗତି କରିବ । ପ୍ରଭାବରେ ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ହେବ ।
ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି ଓ ଆଭ୍ୟନ୍ତରୀଣ ଗଞ୍ଜାମରେ ସପ୍ତାହକ ଭିତରେ ୧୦୦ ମିଲି ମିଟର ବର୍ଷା ହୋଇପାରେ । ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ପୁଣି ଆଉ ଏକ ଲଘୁଚାପ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।


