Sunday, November 15, 2026
Home ଆଞ୍ଚଳିକ ଅଭିନେତ୍ରୀ ସବା କମାରଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କଲେ ପାକିସ୍ତାନ କୋର୍ଟ

ଅଭିନେତ୍ରୀ ସବା କମାରଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କଲେ ପାକିସ୍ତାନ କୋର୍ଟ

7

ନୂଆଦିଲ୍ଲୀ, ୦୯/୦୯/୨୧(ଜିଲ୍ଲା ଖବର) : ‘ହିନ୍ଦୀ ମିଡିୟମ’ ଫିଲ୍ମ ଅଭିନେତ୍ରୀ ସବା କମାରଙ୍କ ବିରୋଧରେ ପାକିସ୍ତାନର ଏକ ସ୍ଥାନୀୟ କୋର୍ଟ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି । ଅଭିନେତ୍ରୀ ଲାହୋରର ଏକ ଐତିହାସିକ ମସଜିଦରେ ନାଚିବାର ଭିଡିଓ ସୁଟ୍ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଲାହୋରର ମାଜିଷ୍ଟ୍ରେଟ୍ କୋର୍ଟ ସବା କମାର ଏବଂ ବିଲାଲ ସଇଦଙ୍କ ବିରୋଧରେ ଜାମିନ୍  ଓ୍ବାରେଣ୍ଟ ଜାରି କରିଛନ୍ତି । ଏହା ସହିତ କୋର୍ଟ ଆସନ୍ତା ୬ ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ସ୍ଥିର କରିଛନ୍ତି । ଗତ ବର୍ଷ ଲାହୋର ପୁଲିସ ୱାଜିର ଖାନଙ୍କୁ ‘ଅପବିତ୍ର’ କରିବା ଆଭିଯୋଗରେ ସବା କମାର ଏବଂ ବିଲାଲ ସଇଦଙ୍କ ବିରୋଧରେ ଆଇନର ବିଭାଗ ଧାରାରେ ମାମଲା ରୁଜୁ କରିଥିଲା।

ଏଫ୍ ଆଇ ଆର୍ ଅନୁସାରେ, ସବା କମାର  ଓ ବିଲାଲ୍ ସଇଦ ମସଜିଦ୍ ସାମ୍ନାରେ ନାଚିବାର ଏକ ଭିଡିଓ ସୁଟ୍ କରିଥିଲେ ା ଏହି ଘଟଣାରେ ପାକିସ୍ତାନ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ପଞ୍ଜାବ ପ୍ରଦେଶ ସରକାର ମଧ୍ୟ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରିଥିଲେ । ସୋସିଆଲ୍ ମିଡିଆରେ ସମାଲୋଚିତ ହେବା ପରେ, ସବା କମାର ଏବଂ ବିଲାଲ ସଇଦ ମଧ୍ୟ କ୍ଷମା ମାଗିଥିଲେ।