
ଭୁବନେଶ୍ୱର,୦୯/୦୯/୨୧(ଜିଲ୍ଲା ଖବର) : ମୌସୁମୀ ଅଧିବେଶନର ଶେଷ ଦିନରେ ଗୃହରେ ହଟଗୋଳ । ଖଣି ଦୁର୍ନୀତି ମୁଲତବୀକୁ ବାଚସ୍ପତି ଗ୍ରହଣ ନ କରିବା ଓ କୁଜଙ୍ଗର ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହୋ ହାଲ୍ଲା କରିଛନ୍ତି ବିରୋଧୀ ସଦସ୍ୟ । ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ସଦସ୍ୟ ନାରାବାଜି କରିଥିଲେ । ଗୃହକୁ ସାଢେ ୧୧ଟା ମୁଲତବୀ କରିଛନ୍ତି ବାଚସ୍ପତି ।
ଗତକାଲି ଗୃହରେ କଂଗ୍ରେସ ଦଳ ପକ୍ଷରୁ ଖଣି ଦୁର୍ନୀତି ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାହାକୁ ଗ୍ରହଣ ନକରିବାରୁ, ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଭ୍ୟମାନେ ଠିଆ ହୋଇ ଏହାର ପ୍ରତିବାଦ କରିଥିଲେ । ବିଜେପି ମଧ୍ୟ କଂଗ୍ରେସ ସହ ସ୍ୱର ମିଳାଇଥିଲା ।


