
ପୁରୀ,୦୯/୦୯/୨୧(ଜିଲ୍ଲା ଖବର) : ବଢୁଛି ପିପିଲି ଉପ ନିର୍ବାଚନ ରାଜନୀତି ତାତି । ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ସକ୍ରିୟ ହୋଇଉଠିଛନ୍ତି ରାଜନୈତିକ ଦଳ ଓ ଆଶାୟୀ ପ୍ରାର୍ଥୀ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କ୍ଷେତ୍ର ବୁଲିବା ଆରମ୍ଭ କରିଦେଇଛନ୍ତି । ପିପିଲିରେ ଦେଖିବାକୁ ମିଳିଛି କଂଗ୍ରେସ ହେଭିଓ୍ୱେଟ ନେତାଙ୍କ ମାନସ ମନ୍ଥନ । ଉପନିର୍ବାଚନ ପାଇଁ ପ୍ରସ୍ତୁତି ଵୈଠକରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ପରଖିଛି ଦଳ ।
ଘଣ୍ଟା ଘଣ୍ଟା ଧରି ଅ।ଲୋଚନା ପର୍ଯ୍ୟାଲୋଚନା ହୋଇଛି । ସେପଟେ ବିଜେଡିକୁ ଟାର୍ଗେଟ କରିଛନ୍ତି ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଅ।ଶ୍ରିତ ପଟ୍ଟନାୟକ। କହିଛନ୍ତି, ପିପିଲି ଭୋଟଙ୍କୁ ବାରମ୍ଵାର ମିଛ ପ୍ରତିଶୃତି ଦେଇ ଭଣ୍ଡାଉଥିବା ଦଳ ବିରୁଦ୍ଧରେ ଜନସାଧାରଣଙ୍କ ପାଖରେ ପହଂଚିବା ସହିତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନସଚେତନତା କରି ପିପିଲି ଦଖଲ କରିବା ନେଇ ଇସାରା ଦେଇଛନ୍ତି । ସେପଟେ ସାଧାରଣ ଭୋଟର ବିଗତ ଦିନରେ ପିପିଲିର ଅବହେଳିତ ବିକାଶଧାରାକୁ ଦୃଷ୍ଟିରେ ରଖି ଉପଯୁକ୍ତ ପ୍ରତିନିଧି ବାଛିବେ ବୋଲି କହିଛନ୍ତ ।



