
ନୂଆଦିଲ୍ଲୀ, ୦୯/୦୯/୨୧(ଜିଲ୍ଲା ଖବର) : ଆଜି ଅନୁଷ୍ଠିତ ବ୍ରିକ୍ସ ଦେଶମାନଙ୍କର ୧୩ ତମ ଶିଖର ସମ୍ମିଳନୀ । ବୈଠକରେ ଭର୍ଚ୍ଚୁଆଲ ମୋଡରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର ଚଳିତ ବର୍ଷର ଥିମ୍ ରହିଛି- ବ୍ରିକ୍ସ @୧୫: ନିରନ୍ତରତା, ଏକୀକରଣ ଏବଂ ସହମତି ପାଇଁ ଆନ୍ତ- ବ୍ରିକ୍ସ ସହଯୋଗ । ଭାରତ ବ୍ୟତୀତ ଚୀନ୍ , ରୁଷ୍ , ବ୍ରାଜିଲ୍ , ସାଉଥ୍ ଆଫ୍ରିକା ଏଥିରେ ସାମିଲ ଅଛନ୍ତି ।
ଏବେ ଆଫଗାନିସ୍ଥାନ ପରିସ୍ଥିତି ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାରୁ ଏବଂ ଚୀନ୍ ଆଉ ରୁଷିଆ ତାଲିବାନ୍ ପ୍ରତି କୋହଳ ମନୋଭାବ ପୋଷଣ କରିଥିବାରୁ ସେ ପ୍ରସଙ୍ଗ ଆଲୋଚନାର ସ୍ଥାନ ଗ୍ରହଣ କରିପାରେ ବୋଲି କୁହାଯାଉଛି । ଏହାସହ ଆତଙ୍କବାଦ, ସ୍ଥାୟୀ ବିକାଶ ପାଇଁ ଟେକ୍ନୋଲୋଜିର ଭୂମିକା ଏବଂ ବିଭିନ୍ନ ବିଷୟରେ ଆଲୋଚନା ହେବାର ଯୋଜନା ରହିଛି ।


