
ଜଟଣୀ, ୦୯/୦୯/୨୧(ଜିଲ୍ଲା ଖବର) : ଭାରତୀୟ ରେଳବାଇରେ ରେଳବାଇ ସମ୍ପତି ବିକ୍ରି, ଘରୋଇ କରଣ ଏବଂ ରାଷ୍ଟ୍ରୀୟ ମୁଦ୍ରାକରଣ ଯୋଜନାକୁ ରେଳ ଶ୍ରମିକ ୟୁନିୟନ ତୀବ୍ର ବିରୋଧ କରିଛି । ଲୋକଙ୍କୁ ଜାଗ୍ରତ କରିବା ପାଇଁ ବୁଧବାର ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ସମ୍ମୁଖରେ ରେଳ ଶ୍ରମିକ ୟୁନିୟନ ଚେତନା ଦିବସ ପାଳନ କରିଥିଲା ।
ରେଳବାଇ ସମ୍ପତି ବିକ୍ରୀ ଏବଂ ରେଳବାଇରେ ଘରୋଇ କରଣକୁ ଶ୍ରମିକ ନେତାମାନେ ତୀବ୍ର ବିରୋଧ କରିଥିଲେ । ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ପି.କେ.ପା ସାହାଣୀ (ବାବୁ),ମ ଳ ସଂଯୋଜକ ରଣଜିତ୍ ଦାସ,ଅର୍ଥ ସମ୍ପାଦକ ଏମଡ଼ି, କାକୀରର ନ, ଏଜିଏସ ବିଦ୍ୟାଧର ଜେନା,ମହିଳା ଶାଖା ଆବାହିକା ଇତିଶ୍ରୀ ନିବେଦିତା ସାହୁ, ରେଳ ଶ୍ରମିକ ନେତା ଏନ.କେ.ପରିଡ଼ା, ପ୍ରଦୀପ କୁମାର ବେହେରା, ପ୍ରଫୁଲ୍ଲ କୁମାର ସିଂହ ପ୍ରମୁଖ ଯୋଗ ଦେଇଥିଲେ ।
। ଖୋର୍ଦ୍ଧାରୋଡ଼ ରେଳ ମ ଳ ଶ୍ରମିକ ୟୁନିୟନ ମହିଳା ଶାଖା ଆବାହିକା ଇତିଶ୍ରୀ ନିବେଦିତା ସାହୁ ଅଭିଯୋଗ କରିଥିଲେ,କେନ୍ଦ୍ର ସରକାର ଭାରତୀୟ ରେଳବାଇକୁ ଚଳାଇ ପାରୁ ନାହାନ୍ତି । ଫଳରେ ରେଳବାଇ ସମ୍ପତି ଏବଂ ରେଳବାଇର ଘରୋଇ କରଣକୁ କରିବା ପାଇଁ ଚିନ୍ତା କରୁଛନ୍ତି ।
ରେଳଗାଡ଼ି ଘରୋଇ କରଣ ହେଲେ ଯାତ୍ରୀଙ୍କ ଅବସ୍ଥା କ’ଣ ହେବ ବୋଲି ପ୍ରଶ୍ନ କରିଥିଲେ ରେଳ ଶ୍ରମିକ ନେତା ଶିବ ପ୍ରସାଦ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।





