
ଜଟଣୀ, ୦୯/୦୯/୨୧(ଜିଲ୍ଲା ଖବର) : କୁଶମାଟି ଗ୍ରାମରେ ଜଟଣୀ ପୋଲିସ ଚଢ଼ଉ କରି ୫କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ସୂଚନା ଦେଇଛି।ଜଟଣୀ ଥାନାର ଭାରପ୍ରାପ୍ତ ପୁଲିସ ନୀରିକ୍ଷକ ବିଶ୍ବ ରଞ୍ଜନ ସାହୁଙ୍କ କହିବାନୁସାରେ କୁଶମାଟି ଗ୍ରାମରେ ଚୋରା ଗଞ୍ଜେଇ ବିକ୍ରି ହେବା ପାଇଁ ଯାଉଥିବା ପୁଲିସ ଖବର ପାଇଥିଲା ।
ପୋଲିସ ଏଚ୍ପିସିଏଲ୍ ପ୍ଲାଣ୍ଟ ଛକ ଠାରେ ଛକି ରହି ଅଭିଯୁକ୍ତକୁ କାବୁ କରି ନେଇଥିଲା । ଗିରଫ ହୋଇଥିବା ଯୁବକଙ୍କ ନାମ ହେଲା ମାନସ କୁମାର ସାହୁ (୪୦), ପିତା ଗନ୍ଧର୍ବ ସାହୁ । ପୁଲିସ ତା ପାଖରୁ ଚୋରା ଗଲେ ଏବଂ ୫୭୦ ଟଙ୍କା ଜବତ କରିଥିଲା ।
ଖୋର୍ଦ୍ଧା ରୁ ସଞ୍ଜୀବ କୁମାର ଜିଲ୍ଲା ଖବର





