
ପୁରୀ, ୦୮/୦୯/୨୧ (ଜିଲ୍ଲା ଖବର) : ଶ୍ରୀମନ୍ଦିର ଦର୍ଶନକୁ ନେଇ ଜାରି ହେଲା ନୂଆ ଏସଓପି। ବଢ଼ିଲା ଜଗା ଦର୍ଶନ ଅବଧି। ଭକ୍ତଙ୍କ ପାଇଁ ଏଣିକି ୬ ଦିନ ଖୋଲିବ ଶ୍ରୀମନ୍ଦିର । ଏଣିକି ସପ୍ତାହକୁ ୬ ଦିନ ସାଆନ୍ତେଙ୍କ ଦର୍ଶନ କରିପାରିବେ ଭକ୍ତ । କେବଳ ରବିବାରକୁ ଛାଡି ଅନ୍ୟ ୬ ଦିନ କାଳିଆ ଦର୍ଶନ କରିପାରିବେ ଭକ୍ତ ।
କଟକଣା ହଟିବା ପରେ ଶନିବାର ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ କାଳିଆ ଦର୍ଶନ କରିପାରୁଥିଲେ ଭକ୍ତ । ରବିବାର ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । କେବଳ ରବିବାର ସାନିଟାଇଜେସନ ପାଇଁ ମନ୍ଦିର ବନ୍ଦ ରହିବ ।
ତେବେ ପୂର୍ବଭଳି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ନଚେତ ଦୁଇଟି ଡୋଜ ଟୀକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡିବ। ଆରଟିପିସିଆର ନେଗେଟିଭ ରିପୋର୍ଟ ନଥିଲେ କିମ୍ବା ଦୁଇଟି ଡୋଜ ଟୀକା ନେଇନଥିଲେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ। ଏହାବାଦ ମନ୍ଦିର ଭିତରେ କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରାଯିବ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇବୈଠକରେ ନିଷ୍ପତ୍ତି ହୋଇଛି।



