ଗାଁରୁ ବିତାଡିତ କରିଦେଲା କଙ୍ଗାରୁକୋର୍ଟ

17

ନୟାଗଡ,୦୮/୦୯/୨୧ (ଜିଲ୍ଲା ଖବର) : ନୟାଗଡ଼ରେ ପୁଣି ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟର ଅଭିଯୋଗ । ନୟାଗଡ଼ ସଦର ଥାନା ଗୋଳଗୋଳା ଗାଁରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ ନୟାଗଡ଼ ସଦର ଥାନା ଗୋଳଗୋଳା ଗାଁର ଚିରଞ୍ଜିବି ପ୍ରଧାନ କିଛି ଦିନ ତଳେ ସେ ଗାଁର ନିଆଁ ପାଣି ବାସନ୍ଦ କରାଯାଇଥିବା ଶ୍ରୀଧରପ୍ରଧାନଙ୍କ ସହ ମିଳାମିଶା କରିଥିଲେ । ଏ ମିଳାମିଶା ଘଟଣାକୁ ନେଇ ସେ ଗାଁର କୌଣସି ବ୍ୟକ୍ତି ଆସି ଗାଁରେ ଜଣାଇଥିଲେ ।

ଫଳରେ ଚିରଞ୍ଜିବିଙ୍କୁ ପ୍ରଥମେ ୨୫ହଜାର ପରେ ୫୦ ହଜାର ଜୋରିମାନା ପଡିଥିବା ଅଭିଯୋଗ କରିଛନ୍ତି ।  ତେବେ ଜୋରିମାନା ରାଶି ନଦେଇ ପାରିବାରୁ ଗାଁ ଲୋକେ ତାଙ୍କୁ ନିଆଁ ପାଣି ବନ୍ଦ କରିଦେବା ସାଙ୍ଗକୁ ଘର ଆଗରେ କଣ୍ଟା ପକାଇ ଦେଇଛନ୍ତି । ଏନେଇ ପରିବାର ଲୋକ ଗାଁରୁ ବିତାଡିତ ହୋଇଛନ୍ତି । ଅନ୍ୟପକ୍ଷେ ଏହି ମାମଲାରେ ନୟାଗଡ଼ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭିଯୋଗ କାରୀ। କୋର୍ଟଙ୍କ ନିର୍ଦେଶ କ୍ରମେ ସଦର ଥାନାରେ ଏକ ମାମଲା ୠଜୁହେବା ସହ ପୋଲିସ ଏଦିଗରେ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।