
ନୂଆଦିଲ୍ଲୀ, ୦୮/୦୯/୨୧ (ଜିଲ୍ଲା ଖବର) : ବିଗବସ ୧୪ର ବିଜେତା ତଥା ଅଭିନେତ୍ରୀ ରୁବିନା ଦିଲୈକ୍, ଏବେ ତାଙ୍କର ପ୍ରଫେସନାଲ ଲାଇଫକୁ ନେଇ ବହୁତ୍ ବ୍ୟସ୍ତ ଅଛନ୍ତି । ସେ ନିଜର ଅଭିନୟ ସହିତ,ତାଙ୍କର ଷ୍ଟାଇଲ ଓ ଅନ୍ଦାଜରେ ସମସ୍ତଙ୍କୁ ଦିଓ୍ବାନା କରନ୍ତି । ତେବେ ଏହାରି ମଧ୍ୟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ କରୋନା ସଂକ୍ରମଣ ପରେ ଓଜନ ବଢିଯାଇଥିବା କଥା କହିଛନ୍ତି ।
ମେଁ ମାସ ପାଖାପାଖି କରୋନା ସଂକ୍ରମିତ ହୋଇଥିଲେ ରୁବିନା । ସେ ସମୟରେ ସେ ତାଙ୍କ ଘରେ ପରିବାରର ନଜରରେ ରହୁଥିଲେ । ତେବେ କରୋନାରୁ ସୁସ୍ଥ ହେବା ପରେ, ସେ ନିଜ କର୍ମକ୍ଷେତ୍ରକୁ ମଧ୍ୟ ଫେରି ସାରିଛନ୍ତି । ହେଲେ କାମକୁ ଫେରିବା ପରେ ତାଙ୍କ ବଡିରେ ବେଶ ଚେଞ୍ଜେସ ଦେଖିବାକୁ ମିଳୁ ଛି । ଯାହାକୁ ସେ ନିଜେ ନୋଟିସ୍ କରିଛନ୍ତି ।
ସେ ଲେଖିଛନ୍ତି ଯେ, ‘ମୁଁ ମୋ ନିଜକୁ ଭଲପାଇବା ଶିଖୁଛି । ମୁଁ କରୋନାରୁ ସୁସ୍ଥ ହେବା ପରେ ୭ କିଲୋ ଓଜନ ବଢି ଯାଇଛି । ଯେଉଁ କାରଣ ପାଇଁ ମୁଁ ବହୁତ୍ ଅସହଜ ମନେ କରୁଛି । ୫୦ କିଲୋ ଯାଏଁ ଆସିବା ପାଇଁ ମୁଁ ବହୁତ୍ ପରିଶ୍ରମ କରିଛି କିନ୍ତୁ…..’ ।


