
ଭୁବନେଶ୍ଵର, ୦୮/୦୯/୨୧ (ଜିଲ୍ଲା ଖବର) : ବିଧାନସଭା ଆଗରେ ହାତ କାଟି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଗତସିଂହପୁର କୁଜଙ୍ଗ ଅଂଚଳର ଯୁବକ ଦୁଷ୍ମନ୍ତ ଦାସ।
କେବଳ ହାତ କାଟିଲେନି ବିଷ ପିଇବାକୁ ଉଦ୍ୟମ କରିଥିଲେ ଦୁଷ୍ମନ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇ ଦିଆଯାଇଛି।
ଗତ ୨୨ମାର୍ଚ୍ଚ ୨୦୨୦ରେ ଦୁର୍ଘଟଣାର ଶିକାର ହେବା ପରେ କଟକ ବଡ ମେଡିକାଲ୍ ଚିକିତ୍ସା ପାଇଁ ଯାଇଥିଲେ ଦୁଷ୍ମନ୍ତ। ପ୍ଲାଷ୍ଟିକ ସର୍ଜରୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପ୍ରଥମ ଅପରେସନ ୨୩ ମାର୍ଚ୍ଚ୨୦୨୦ରେ ହେଲା, ଦ୍ଵିତୀୟ ଅପରେସନ ୧୯ ଜୁନ ୨୦୨୦ରେ କରିଲେ ।
ତେବେ ୧୫ ଜୁଲାଇରେ କୋରୋନା ପାଇଁ ଡାକ୍ତର ଘରକୁ ପଠାଇ ଦେଇଥିଲେ। ଏହାପରେ ତାରିଖ ଗଡ଼ାଇ ଚାଲିଲେ ଏସସିବି କର୍ତ୍ତୃପକ୍ଷ। ଏହା ସହ ତାଙ୍କୁ ନାନଦି କଷ୍ଟ ଭୋଗ କରିବାକୁ ପଡିଛି। ବାରମ୍ବାର ତାଙ୍କ ଚିକିତ୍ସାରେ ଅବହେଳା ହେଉଛି ବୋଲି ସେ କହିଛନ୍ତି।



