Thursday, November 12, 2026
Home ଆଞ୍ଚଳିକ ସାଧାରଣ ଲୋକଙ୍କ ପାଇଁ କୋଭିଡ କଟକଣା , କିନ୍ତୁ ଶାସକଦଳ ପାଇଁ ସବୁକିଛି ମାଫ୍

ସାଧାରଣ ଲୋକଙ୍କ ପାଇଁ କୋଭିଡ କଟକଣା , କିନ୍ତୁ ଶାସକଦଳ ପାଇଁ ସବୁକିଛି ମାଫ୍

9

ବ୍ରହ୍ମପୁର, ୦୮/୦୯/୨୧ (ଜିଲ୍ଲା ଖବର) : ସାଧାରଣ ଲୋକଙ୍କ ପାଇଁ କୋଭିଡ କଟକଣା । କିନ୍ତୁ ଶାସକଦଳ ବିଜେଡି ପାଇଁ ସବୁକିଛି ମାଫ୍ । ଏମିତି ଏକ ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲା ଆସିକାରୁ । ନିମିନା ପଞ୍ଚାୟତରେ ଚାଲିଥିବା ବିଜେଡି ମିଶ୍ରଣ ପର୍ବରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ।  ଯେମିତି କୋଭିଡ ନିୟମ ହିଁ ନ ଥିଲା ।

ବିଜେଡ଼ିର ମିଶ୍ରଣ ପର୍ବ ଓ ମନ୍ଦିର କୋଠଘର ଭିତ୍ତି ପ୍ରସ୍ତର ସ୍ଥାପନରେ ଲାଗିଥିଲା ଗହଳି । ନିମିନା ରାସ୍ତାରୁ କେଶପୁର ଯାଏଁ ଶିଳାନ୍ୟାସ କରିବା ପାଇଁ ହୋଇଥିଲା ବଡ଼ ଆୟୋଜନ । ବାଜା, ଡିଜେ ସହ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ରାଲିରେ ବିଜେଡି ବିଧାୟିକାଙ୍କ ସମେତ ବିଜେଡିର ହଜାର ହଜାର କର୍ମୀ ମଧ୍ୟ ସାମିଲ ହୋଇଥିଲେ। ତେବେ ଗୋଟିଏ ପଟେ ସରକାର କରୋନା କଟକଣାକୁ ନେଇ ସଚେତନ କରୁଥିବାବେଳେ ଏଠି କିନ୍ତୁ କିଛି ଅଲଗା ଦେଖିବାକୁ ମିଳିଛି।