Sunday, November 15, 2026
Home ଆଞ୍ଚଳିକ ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଦେହାନ୍ତ

ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଦେହାନ୍ତ

26

ନୂଆଦିଲ୍ଲୀ , ୦୮/୦୯/୨୧ (ଜିଲ୍ଲା ଖବର) : ଆରପାରିକୁ ଚାଲିଗଲେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆ ।  ମୁମ୍ବାଇର ହିରାନନ୍ଦାନୀ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ସ୍ବାସ୍ଥ୍ୟ ଖରାପ୍ ଥିବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା  ।

ବୁଧବାର ସକାଳେ ଅକ୍ଷୟ କୁମାର ଟ୍ବିଟ ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି । ତେବେ ତାଙ୍କ ଦେହାନ୍ତରେ ତାଙ୍କ ପରିବାରଙ୍କ ସମେତ ଚାରିଆଡେ ଶୋକର ଲହରୀ ଖେଳି ଯାଇଛି ।  ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ଅରୁଣା ଭାଟିଆଙ୍କୁ ଶ୍ରଦ୍ଧାଞ୍ଜଳୀ  ଅର୍ପଣ କରୁଛନ୍ତି ।

ଅକ୍ଷୟ କୁମାର ପୋଷ୍ଟ କରି ଲେଖିଛନ୍ତି ଯେ, ‘ ଆଜି ମୁଁ ଏକ ଅସହନୀୟ ଯନ୍ତ୍ରଣା ଅନୁଭବ କରୁଛି । ସେ ମୋର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲେ । ମୋ ମା’ ଶ୍ରୀମତୀ ଅରୁଣା ଭାଟିଆ ଆଜି ସକାଳେ ଏ ଦୁନିଆଁ ଛାଡି ଅନ୍ୟ ଦୁନିଆଁକୁ , ମୋ ପିତାଙ୍କ  ନିକଟକୁ ଚାଲିଗଲେ । ଓମ୍ ଶାନ୍ତି।