Home ଆଞ୍ଚଳିକ ମଥାନିଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ, ଭୟଭୀତ ଅବସ୍ଥାରେ ଲୋକେ

ମଥାନିଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ, ଭୟଭୀତ ଅବସ୍ଥାରେ ଲୋକେ

7

ବାଲେଶ୍ୱର,୦୮/୦୯/୨୧ (ଜିଲ୍ଲା ଖବର) : ବାଲେଶ୍ୱର ମଥାନିଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଧା ୫.୬୦ ମିଟରରେ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା, ନଦୀବନ୍ଧ ଦୁର୍ବଳ ଥିବାରୁ ଚିନ୍ତାରେ ନଦୀକୂଳବାସୀ ।

୩ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଦି ପାଇବାରେ ଲାଗିଛି । ଜଳସ୍ତର ଅଧିକ ବୃଦ୍ଧି ପାଇଲେ ବସ୍ତା ବ୍ଲକର ୭ଟି ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି ।