
ନୂଆଦିଲ୍ଲୀ, ୦୮/୦୯/୨୧ (ଜିଲ୍ଲା ଖବର) : ଛତିଶଗଡର sahdev dirdo। ଏହି ନାଁଟିକୁ ନେଇ ଆଜିକାଲି ଚାରିଆଡେ ଚର୍ଚ୍ଚା । ସହଦେବ ନାମକ ଏହି ଛୋଟ ପିଲାଟି ଅଳ୍ପ ସମୟ ମଧ୍ୟରେ ଏତେ ପପୁଲାର ହୋଇ ଯାଇଛନ୍ତି ଯେ, ତାଙ୍କୁ ଆଜି ପ୍ରାୟ ସମସ୍ତ ଜାଣନ୍ତି । କିଛି ଦିନ ପୂର୍ବରୁ ଇଣ୍ଟରନେଟରେ ଏକ ଭିଡିଓ ‘ବଚପନ କା ପ୍ୟାର’ ଭାଇରାଲ ହୋଇଥିଲା । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଥିଲା । ଏହାକୁ ସହଦେବ ନିଜ ଅନ୍ଦାଜରେ ଗାଇଥିଲେ । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଶେଷରେ ଜଣାଶୁଣା ରାପର୍ ବାଦଶାହ୍ ତାଙ୍କୁ ନେଇ ଏହା ଉପରେ ଏକ ଗୀତ ପ୍ରସ୍ତୁତ କରିଥିଲେ ।
ତେବେ ନିକଟରେ ପୁଣିଥରେ ସହଦେବଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ‘ମନୀ ହାଇଷ୍ଟ’ର ଆଇକନିକ୍ ଗୀତ’ Bella Ciao’ ଗୀତକୁ ନିଜ ଅନ୍ଦାଜରେ ଗାଇଛନ୍ତି ।
ଏହି ଭିଡିଓ ବତନ ଜୈସଓ୍ବାଲ ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି । ତାଙ୍କର ଏହି ଗୀତକୁ ମଧ୍ୟ ସହଦେବଙ୍କ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି । ଏଥିରେ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।


