
ନୂଆଦିଲ୍ଲୀ,୦୮/୦୯/୨୧ (ଜିଲ୍ଲା ଖବର) : ୨ ସେପ୍ଟେମ୍ବର ୨୦୨୧ରେ, ମାତ୍ର ୪୦ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଟେଲି ତଥା ବଲିଉଡ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି । ତେବେ ତାଙ୍କ ବିୟୋଗରେ ଚାରିଆଡେ ଶୋକର ଲହରୀ ଖେଳି ଯାଇଛି । ତାଙ୍କ ପରିବାର ସଦସ୍ୟ ଓ ତାଙ୍କ ଘନିଷ୍ଠ ବାନ୍ଧବୀ ଶେହନାଜ ଗିଲ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏବେବି ସିଦ୍ଧାର୍ଥଙ୍କୁ ମନେ ପକାଇ ବାହୁନି ବାହୁନି ଝୁରି ହେଉଛନ୍ତି । ତେବେ ସିଦ୍ଧାର୍ଥ ଓ ଶେହନାଜଙ୍କ ଭିତରେ ଥିବା ଗଭୀର ସମ୍ପର୍କକୁ ପ୍ରମାଣିତ କରୁଛି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ତାଙ୍କ ଫଟୋ ଏବଂ ପୋଷ୍ଟ ।
ଏହାରି ମଧ୍ୟରେ ଶୁଣିବାକୁ ମିଳୁଛି ଯେ, ସିଦ୍ଧାର୍ଥ ଏବଂ ଶେହନାଜଙ୍କ ନିର୍ବନ୍ଧ ସରିଥିଲା । ଦୁହେଁ ଆସନ୍ତା ଡିସେମ୍ବରରେ ବିବାହ କରିବାକୁ ଯାଉଥିଲେ । ଏଥିପାଇଁ କିଛି କିଛି ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ ।
ଦୁହିଁଙ୍କର ଭାଇରାଲ ହେଉଥିବା ଅନେକ ଫଟୋ ପ୍ରମାଣ କରୁଛି ଯେ, ଦୁହିଁଙ୍କ ସମ୍ପର୍କ କେତେ ଗଭୀର । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ, ଶେହନାଜ ଯେଉଁଭଳି ଭାବେ ଭାଙ୍ଗି ପଡିଛନ୍ତି ,ତାହା ମଧ୍ୟ ଦୁହିଁଙ୍କ ସମ୍ପର୍କକୁ ବୁଝିବା ପାଇଁ ଯଥେଷ୍ଟ । ଅନ୍ୟପଟେ ଖୋଲାଖୋଲି ଭାବେ ସିଦ୍ଧାର୍ଥ କେବେହେଲେ ଖୋଲାଖୋଲି ଭାବେ ଶେହନାଜଙ୍କ ସହ ସମ୍ପର୍କ ଥିବା କହି ନଥିଲେ । କିନ୍ତୁ ଶେହନାଜ୍ ଖୋଲାଖୋଲି ଭାବେ ସିଦ୍ଧାର୍ଥଙ୍କ ସହ ସମ୍ପର୍କକୁ ସ୍ବୀକାର କରିଥିଲେ । ବୋଧହୁଏ ଭଗବାନଙ୍କର ଅନ୍ୟ କିଛି ଇଚ୍ଛା ଥିଲା । ଅଧାରେ ରହିଗଲା ତାଙ୍କ ବିବାହର ସ୍ବପ୍ନ ।


