
ଭୁବନେଶ୍ଵର, ୦୮/୦୯/୨୧ (ଜିଲ୍ଲା ଖବର) : ଆଜି ମୌସୁମୀ ଅଧିବେଶନର ସପ୍ତମ ଦିନ । ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଦ୍ୟାଳୟ ଓ ଗଣଶିକ୍ଷା,ଉଚ୍ଚ ଶିକ୍ଷା,ସମବାୟ,ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଭଳି ୭ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।
ସେହିପରି ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାଵ ଆଲୋଚନା ବେଳେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି । ତେବେ ଅପରାହ୍ଣ ଅଧିବେଶନରେ ରାଜ୍ୟ ସରକାର ଓବିସି ପ୍ରସଙ୍ଗରେ ସଂକଳ୍ପ ପ୍ରସ୍ତାଵ ପାରିତ କରିବେ । ଏହାବାଦ ପଞ୍ଚାୟତ ସଂଶୋଧନ ବିଲ ସମେତ 4ଟି ବିଲ ଗୃହରେ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।


