
ବଲାଙ୍ଗୀର, ୦୮/୦୯/୨୧ (ଜିଲ୍ଲା ଖବର) : ପାଟଣାଗଡ଼ରେ ଭିଜିଲାନ୍ସ ରେଡ଼। ଭିଜିଲାନ୍ସ ଏସ୍ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ବିସମ୍ବର ଭୋଇଙ୍କ ପାଟଣାଗଡ଼ ସ୍ଥିତ ଗଙ୍ଗାନଗର ପଡ଼ା ଓ ନିଜବାସଭବନ ତମିଆଁରେ ଭିଜିଲାନ୍ସର ଚଢ଼ାଉ ହୋଇଛି।
ଶ୍ରୀ ଭୋଇ, ମୁରିବାହଲ ବ୍ଲକ ଚଲକୀରେ ପଞ୍ଚ।ୟତ ନିର୍ବାହି ଅଧିକାରୀ ଭାବେ କାର୍ଯ୍ୟରତ। ଏହି ଚଢ଼ାଉ ସମୟରେ ବଲାଙ୍ଗିର ଇନ୍ସପେକ୍ଟର ସୁନିତା ବାଗେଙ୍କ ନେତୃତ୍ୱରେ ସମ୍ବଲପୁର ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ଚଢ଼ାଉରେ ଭାଗ ନେଇଥିଲେ। ଏହି ଚଢ଼ାଉରେ ବର୍ତ୍ତମାନ ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ ଚାଲିଛି।



