
୦୮/୦୯/୨୧ (ଜିଲ୍ଲା ଖବର) : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି 44 ତମ ଜାତୀୟ ମହିଳା ହ୍ୟାଣ୍ଡବଲ ଚାମ୍ପିଅନସିପ। ହରିୟାଣା, ଜାମ୍ମୁ ଓ କାଶ୍ମୀର ସହ ଏହି ଟୁର୍ନାମେଣ୍ଟର ପୁଲ – ବି ରେ ରହିଛି ଓଡିଶା। ଏଥିରେ ଆଠୋଟି ପୁଲରେ 23 ଟି ଦଳ ଅଂଶଗ୍ରହଣ କରୁଛନ୍ତି।
ଉତ୍ତର ପ୍ରଦେଶ ହ୍ୟାଣ୍ଡବଲ ଆସୋସିଏସନ ତରଫରୁ ଏହାକୁ ଆୟୋଜନ କରାଯାଉଛି ଏବଂ ଏହା ଆଜି ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର 12 ତାରିଖ ଯାଏ ଖେଳାଯିବ।



