
ମନ ଚଇତନ ଦିନେ ଏକାଠି
ଦେଶ ବୁଲି ବୁଲି ଭାବନ୍ତି ବସି।
ଦର ଦାମ ସବୁ ଆକାଶ ଛୁଆଁ
କିପରି ବଞ୍ଚିବା ନୂଆଁ ଦୁନିଆ।
ମନ କହେ ଶୁଣ ଚୈତନ୍ୟ ଭାଇ
ଦରଦାମ ସବୁ ବଢ଼ୁ ଅଛଇଁ।
ତେଲ କିରୋସିନି ପେଟ୍ରୋଲ ବଢେ
ଗାଡି ମଟର ମୁଁ ଆଉ ନ ଚଢ଼େ।
ମାଇପ ନ ଥିବା ଦୁଇଟା ନେତା
ଦେଶରେ କରିଲେ ଅନେକ ହଟା
ମୋଦି ଯୋଗୀ ଦିହେଁ କାହୁଁ ଅଇଲେ
ଦର ଦାମ ସବୁ ବଢାଇ ଦେଲେ।
ଚଇତନ କହେ ଶୁଣରେ ମନ
ବୃଥାରେ କିମ୍ପାଇ ହେଉ ଉଛନ୍ନ।
ହେଉ ରେ ପେଟ୍ରୋଲ ଦୁଇଶ ଟଙ୍କା
ସେ ପାଇଁ ରେ ମୁହଁ ନ କର ବଙ୍କା।
ମୁଲା ତାଲିବାନ ନ ଆସୁ ଏଠି
ଥିଲେ ସିନା ସେନା ହାତରେ ଲାଠି।
କାନ୍ଧାହାର ସ୍ଥିତି ନ ଆଣ ଡାକି
ପାଞ୍ଚଶ ଟଙ୍କାରେ ନ ହୁଅ ବିକି।
କୋଟି କୋଟି ଟଙ୍କା ବିଦେଶୁ ଆସେ
ଆନ୍ଦୋଳନ ନାମେ ଏ ଦେଶେ ଭାସେ।
କଳେ ବଳେ ମୋଦି ହଟାଇ ଦେବେ
ସେକୁଲାର ନାମେ ମାଡ଼ି ବସିବେ।
ଜାଲ ବିଛାଇଛି ଚାଇନା ପିଲା
ଛତରାଙ୍କ ହାତେ ଟଙ୍କା ଗେଞ୍ଜିଲା
ପାକିସ୍ତାନୀ ସଙ୍ଗେ ପୀରତି କରି
ଉଗ୍ରପନ୍ଥି ଦିଏ ଭରତି କରି।
ସ୍ୱାର୍ଥପର ସବୁ ବିରୋଧୀ ଦଳ
ପର ପଇସାରେ ମଙ୍ଗଳ ବାର।
ଦେଖିଲେ ମୋଦିଟା ଅଡ଼ୁଆ କଲା
କଳା ଧନ ସବୁ ଧରେଇ ଦେଲା ।
ଉତ୍ତର ପ୍ରଦେଶେ ଯୋଗୀ ସରକାର
ନର ହନ୍ତା ହେଲେ ଏନକାଉଣ୍ଟର ।
ଥିଲେରେ ଯେତେକ ଗୁଣ୍ଡା ମବାଲି
ପୋଲିସ ଗୁଳିରେ ପଡିଲେ ଟଳି।
ଜବର ଦଖଲ ସରକାରୀ ଜମି
ତ୍ରିତଳ ପ୍ରାସାଦ କଲା ଯଖମି।
ବୁଲଡୋଜର ସବୁ ଗଡ଼ାଇ ଦେଇ
ଗୁଣ୍ଡା ଆଡ୍ଡା ମାଟି ଦେଲା ମିଶାଇ।
ସହସ୍ର ମାମଲା ଯା ନାମେ ଥାଏ
ଗାଡ଼ିଟା ତାହାର ପଲଟି ଯାଏ।
କଚେରି ମାମଲା ଝିଙ୍ଗାସ ନାହିଁ
ଆଶ୍ୱସ୍ତି ଲଭିଲା ଭାରତ ଭୁଇଁ।
ବଳକା ଯେତେକ ପା ଚାରି ଥିଲେ
ମାମୁଁ ପାଦେ ସବୁ ଶରଣ ଗଲେ।
ଆଉ ଯାହା ସବୁ ହୋଇଲେ ସୁନା
ୟା ଦେଖି ବିରୋଧୀ ମନଟି ଉଣା ।
ଭାବିଲେ ରେ ଆଉ ହେବନି ଗୋଳ
କିପରି ଖେଳିବା ଭୋଟ ଖେଳ।
ଦେଶ ଦ୍ରୋହୀ ସବୁ ଏକାଠି ହେଲେ
ଦିଲ୍ଲୀ ଲାଲ କିଲ୍ଲା ଭିତରେ ଗଲେ।
ଜାତୀୟ ପତାକା ଆଣିଲେ ଟାଣି
ଏ ଦେଶରେ ବିଷ ଦେଲେରେ ବୁଣି।
ଏ ଦେଶ ଜନତା ଭାରି ଚଲାକି
ବାଟ ଚାଲି ଜାଣେ ପାଦକୁ ଚାପି।
ମୁଣ୍ତ ପୋତି ସିନା ଘୁମେ଼ଇ ଥିବେ
ଠିକଣା ଥାନ ରେ ଟିପେଇ ଦେବେ।
ଚାଲ ଭାଇ ଏବେ ଘରକୁ ଯିବା
ଆଉ ଯା ରହିଲା କାଲି ଚିନ୍ତିବା।
ନୀଳାଦ୍ରି ବିହାରୀ ମହାପାତ୍ର।
8917631776


