ପଜିଟିଭ ହେଲେ 20 ଛାତ୍ରଛାତ୍ରୀ, 7 ଦିନ ପାଇଁ ସ୍କୁଲ ବନ୍ଦ

17

ଢେଙ୍କାନାଳ, ୦୭/୦୯/୨୧ (ଜିଲ୍ଲା ଖବର) :  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କାନପୂରା ପଞ୍ଚାୟତ ହାଇସ୍କୁଲରେ 11 ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍କୁଲର ନବମ ଓ ଦଶମ ଶ୍ରେଣୀର ଆଜି ୧୧ ଜଣ ଛାତ୍ରଛାତ୍ରୀ ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସ୍କୁଲକୁ ୭ ଦିନ ପାଇଁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ନବେଦିତା ପାଣି ।

ଗତ ସପ୍ତାହରେ ସ୍କୁଲର ଶିକ୍ଷକ ସମେତ ୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏବଂ ଆଜି ୧୧ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି । ଗତ ୧ ତାରିଖ ବୁଧବାର ମୋଟ ୧୪୭ ଜଣ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା ।  ସେଥିମଧ୍ୟରୁ ଆଜି ୧୧ ଜଣଙ୍କର ଛାତ୍ରଛାତ୍ରୀ  ରିପୋର୍ଟ ପଜିଟିଭ ଚିହ୍ନଟ ପରେ ସ୍କୁଲ ବନ୍ଦ ନିଷ୍ପତି ନିଆଯାଇଛି ।

ତେବେ ଆଜି ସୁଧା ସ୍କୁଲର ମୋଟ ୨୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ସ୍କୁଲରୁ ଚିହ୍ନିଟ ହୋଇଛନ୍ତି । ସ୍କୁଲ ବନ୍ଦ ଘୋଷଣା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ  ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି । ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀମାନେ ସ୍କୁଲରେ କ୍ୱାରେନଣ୍ଟାଇନ ରହି ଚିକିତ୍ସା ହେଉଛନ୍ତି ।