ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ୬ ଅଟକ

8

କୋରାପୁଟ, ୦୭/୦୯/୨୧ (ଜିଲ୍ଲା ଖବର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ସଂଘବଦ୍ଧ ହୋଇ ପୁଅକୁ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି। ଏହାସହ ମୃତକଙ୍କ ବାପା ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡ଼ା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଫକୀର ବିଶୋଇ । ବାପା ଦୟାନିଧି ବିଶୋଇଙ୍କୁ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ  ଗାଁର ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଗାଁରେ ପୂଜା ଚାଲିଥିଲା। ଏହି ସମୟରେ ଗାଁର କିଛି ଲୋକ ଫକୀର ଓ ତାଙ୍କ ବାପାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ପୁଅ ଫକୀରଙ୍କର ମୃତ୍ୟୁ ଘଟିଥିଲା। ଦୟାନିଧିଙ୍କୁ ପ୍ରଥମେ କୁମୁଲି ଗୋଷ୍ଠୀକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ପୂର୍ବ ଶତୃତାକୁ ନେଇ ଏହା ହୋଇଥିବା ଅନୁମାନ କରାଯାଉଛି।