
୦୭/୦୯/୨୧ (ଜିଲ୍ଲା ଖବର) : ଚତୁର୍ଥ ଦିନରେ ପହଞ୍ଚିଲା ଓୟୁଏଟି ଭେଟନେରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ହାତରେ ଛାତ୍ରଛାତ୍ରୀମାନେ ଛତା ଧରି ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ । ଅନଲାଇନ ପାଠପଢା ହେଲେ ଅଫଲାଇନ ପରୀକ୍ଷା କାହିଁକି ଦେବୁ ବୋଲି ଛାତ୍ରଛାତ୍ରୀ ମାନେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବର୍ଷ ସାରା ପ୍ରାକ୍ଟିକାଲ ହୋଇ ନଥିବା ବେଳେ ଅଫଲାଇନ ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଆଜି ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରୁ ଉଠାଇବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।






