Tuesday, October 20, 2026
Home ଅପରାଧ ବର୍ଷା ନହେବାରୁ ନାବାଳିକାକୁ ଗାଁ ଦାଣ୍ଡରେ ଉଲଗ୍ନ କରି ଚଲାଇଲେ, ଭିକ ମଗାଇଲେ

ବର୍ଷା ନହେବାରୁ ନାବାଳିକାକୁ ଗାଁ ଦାଣ୍ଡରେ ଉଲଗ୍ନ କରି ଚଲାଇଲେ, ଭିକ ମଗାଇଲେ

7

୦୭/୦୯/୨୧ (ଜିଲ୍ଲା ଖବର) :  ବର୍ଷା ପାଇଁ କେଉଁଠି ବେଙ୍ଗ-ବେଙ୍ଗୁଲୀ ବାହାଘର ତ କେଉଁଠି ପୂଜାର୍ଚ୍ଚନା କରାଯାଉଥିବା ଆପଣ ଦେଖିଥିବେ । ହେଲେ ବର୍ଷା ପାଇଁ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ବଣିଆ ଗାଁ ରେ ଦେଖିବାକୁ ମିଳିଛି ଅଭୁତ ଘଟଣା । 6 ଜଣ ନାବାଳିକା ଝିଅଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ଚଲାଉଛନ୍ତି ଲୋକେ ।

ଲୋକଙ୍କ କହିବାନୁଯାୟୀ ଭଲ ବର୍ଷା ଓ ମରୁଭୂମି ଭଳି ପରିସ୍ଥିତି ନଭୁପୁଜିବା ପାଇଁ ପରମ୍ପରା ଅନୁଯାୟୀ ଏଭଳି କରାଯାଇଥାଏ । ନାବାଳିକା ଝିଅମାନଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି ଗାଁ ଦାଣ୍ଡରେ ଚଲାଯାଇଥାଏ । ଏହାସହ ସେମାନେ ଘର ଘର ବୁଲି ଲୋକଙ୍କ ଘରୁ ଭିକ ମାଗିଥାନ୍ତି । ତାଙ୍କ ପଛେ ପଛେ ଗାଁର ମହିଳାମାନେ ଭଜନ କୀର୍ତ୍ତନ କରି ଚାଲିଥାନ୍ତି ।  ସେମାନଙ୍କ ପରିବାର ଲୋକ ମଧ୍ୟ ସେଠାରେ ହିଁ ଉପସ୍ଥିତ ରହିଥାନ୍ତି । ଏପରି ଅନ୍ଧବିଶ୍ୱାସ ଅନେକ ଦିନରୁ ଏହି ଗାଁରେ ଚାଲିଆସୁଛି ।

ପୋଲିସ ଏହାର ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି । ପଚରାଉଚରା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦାମାହ ପୋଲିସ ଅଧିକାରୀ । ଅନ୍ୟପଟେ ଆଧୁନିକତା ମଧ୍ୟରେ ଆଜି ବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । କେଉଁଠି ନା କେଉଁଠି ଲୋକେ ଏବେ ବି ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି । ଯାହା ବିଡମ୍ବନାର ବିଷୟ ନିଶ୍ଚୟ ।