
୦୭/୦୯/୨୧ (ଜିଲ୍ଲା ଖବର) : ଶିକ୍ଷକ ପର୍ବରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପହାର । ବିଦ୍ୟାଞ୍ଜଳୀ ପୋର୍ଟାଲ ଓ ନିଷ୍ଠା ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ଏହି ନୂଆ ଯୋଜନା ନୂଆ ଭାରତ ଗଠନରେ ବଡ଼ ଭୂମିକା ନେବ ବୋଲି କହିଛନ୍ତି ମୋଦି । ବିଦ୍ୟାଞ୍ଜଳୀ ପୋର୍ଟାଲ 2.0, ନିଷ୍ଠା 3.0ର, ଭାରତୀୟ ସାଙ୍କେତିକ ଶବ୍ଦକୋଷ ଓ ଅଡିଓ ଲାଇବ୍ରେରୀର ଶୁଭାରମ୍ଭ ହୋଇଛି ।
ଦେଶ ଶିକ୍ଷାନୀତିକୁ ନେଇ ନୂଆ ନୂଆ ପଦକ୍ଷେପ ନେଉଛି । ସ୍ୱାଧୀନତାର 100 ବର୍ଷ ପରେ ଭାରତ କିଭଳି ଦେଖାଯିବ ତାକୁ ନେଇ କେନ୍ଦ୍ର ପୂରା ଜୋର ଲଗାଉଛି । ଏହି ଅବସରରେ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ ।


