Monday, November 16, 2026
Home ଆଞ୍ଚଳିକ ଆଜି ଶିକ୍ଷକ ପର୍ବ ଆଲୋଚନା ଚକ୍ର, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ

ଆଜି ଶିକ୍ଷକ ପର୍ବ ଆଲୋଚନା ଚକ୍ର, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ

17

୦୭/୦୯/୨୧ (ଜିଲ୍ଲା ଖବର) : ଆଜି ଶିକ୍ଷକ ପର୍ବ ଆଲୋଚନା ଚକ୍ର ଉଦ୍‌ଘାଟନୀ ସମାରୋହରେ  ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହାସହ ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଯୋଜନାର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଭାରତୀୟ ସାଙ୍କେତିକ ଭାଷା ଶବ୍ଦ କୋଷ, କଥା ପୁସ୍ତକ,  ସିବିଏସଇ, N I S H T H A  ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଆକଳନ ପଦ୍ଧତି ଓ ଶିକ୍ଷା ସେବା ଇତ୍ୟାଦି ନିମନ୍ତେ ଭିନ୍ନକ୍ଷମଙ୍କ ପାଇଁ ବିଦ୍ୟାଞ୍ଜଳି ପୋର୍ଟାଲ ଶୁଭାରମ୍ଭ କରିବେ ।

ଦେଶରେ ଗୁଣାତ୍ମକ ଓ ନିରନ୍ତର ବିଦ୍ୟାଳୟ ଶିକ୍ଷା ଏବଂ ସୃଜନାତ୍ମକ ଶିକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଓ ପ୍ରତ୍ୟେକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ଶିକ୍ଷକ ପର୍ବ-୨୦୨୧ ଆୟୋଜନ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଶିକ୍ଷାମନ୍ତ୍ରୀମାନେ ଏଥିରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।