
୦୭/୦୯/୨୧ (ଜିଲ୍ଲା ଖବର) : ଆଜି ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ବା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ,ଜଙ୍ଗଲ ଓ ପରିବେଶ,ଗୃହ ନିର୍ମାଣ ଓ ନଗର ଉନ୍ନୟନ,ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା,ସଂସଦୀୟ ବ୍ୟାପାର,ଆଇନ ବିଭାଗ ଭଳି ୭ ବିଭାଗର ପ୍ରଶ୍ନ ଉତ୍ତର କାର୍ୟ୍ୟକ୍ରମ ରହିଛି ।
କଂଗ୍ରେସ ପକ୍ଷରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ମୁଲତବୀ ପ୍ରସ୍ତାଵ ଅଣାଯାଇଥିବା ବେଳେ ଏ ନେଇ ଗୃହରେ ଆଲୋଚନା ହେବାର କାର୍ଯ୍ୟ କ୍ରମ ରହିଛି । ମାତ୍ର ଆଇନଶୃଙ୍ଖଳା ପ୍ରସଙ୍ଗ ଥିବାରୁ ହୁଏତ ଗୃହ କାର୍ଯ୍ୟ ସ୍ବଭାବିକ ନ ହୋଇପାରେ ବୋଲି ସୂଚନା ମିଳୁଛି । ଉଭୟ ବିରୋଧୀ ଆଲୋଚନା ପାଇଁ ପ୍ରସ୍ତୁତ ହୋଇ ରହିଥିବାରୁ ଟ୍ରେଜେରି ବେଞ୍ଚ କିଛି ଗୋଟି ଚାଳନା କରିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ପଞ୍ଚାୟତ ସଂଶୋଧନ ଆଇନ-୨୦୨୧ ଗୃହରେ ଉପସ୍ଥାପନ ହେବା ସହ ଓଡ଼ିଆ ବିଶ୍ବବିଦ୍ୟାଳୟ ଅଧିନିୟମ ବିଲ ସମେତ ଦୁଇଟି ବିଲ ଗୃହରେ ପାରିତ ହେବ ।


