ଗାଁ ଓ ରାସ୍ତାରେ ବୁଲୁଛନ୍ତି ଗଜରାଜ, ଭୟଭୀତ ଅବସ୍ଥାରେ ଲୋକେ

3

କଟକ, ୦୭/୦୯/୨୧ (ଜିଲ୍ଲା ଖବର) : କଟକ ଆଠଗଡ଼ରେ ହାତୀ ଆତଙ୍କ । ଜାତୀୟ ରାଜପଥ, ଗାଁ ଓ ରାସ୍ତାରେ ବୁଲୁଛନ୍ତି ଗଜରାଜ । ଚନ୍ଦକାରୁ ପ୍ରାୟ ୧୬ରୁ ଅଧିକ ହାତୀ ପଶିଆସିଥିବା କୁହାଯାଉଛି । ଖୁଣ୍ଟୁଣୀ ରେଞ୍ଜର ବିଭିନ୍ନ ଗାଁରେ ହାତୀପଲ ପଶିବା ସହ ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଆତଙ୍କରେ ଆଠଗଡ଼ବାସୀ ।

ଦୀର୍ଘ ଦିନ ପରେ ଚନ୍ଦକା ଜଙ୍ଗଲରୁ ଖାଦ୍ୟ ପାଇଁ ହାତୀପଲ ଆଠଗଡ଼ର ଗାଁକୁ ପଶିଆସିଛନ୍ତି । ସେପଟେ ବନବିଭାଗ କହିଛି, ହାତୀପଲଙ୍କ ଉପରେ ନଜର ରଖିଛନ୍ତି ଖୁଣ୍ଟୁଣୀ ରେଞ୍ଜର ।