
୦୭/୦୯/୨୧ (ଜିଲ୍ଲା ଖବର) : ୬ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ବିଶେଶ୍ୱର ପ୍ରଥମ ଓଡିଶା ଗସ୍ତରେ ଆସିଛନ୍ତି । ଆଜି ରାଷ୍ଟ୍ରମନ୍ତ୍ରୀ ଭୁବନେଶ୍ୱରରୁ ବାହାରି ବାଲେଶ୍ୱର ଦେଇ ବାରିପଦା ଗସ୍ତ କରିବେ । ଆସନ୍ତା ୮, ୯, ୧୦ ଓ ୧୧ ତାରିଖ ଦିନ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତକରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ।
ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ । ତେବେ ଏହା ପୂର୍ବରୁ ବନବାସୀ କଲ୍ୟାଣ ଆଶ୍ରମ ଯାଇ ସେଠାରେ ପିଲାଙ୍କୁ ଭେଟିଛନ୍ତି । ନିଜ ଉପରେ ଆତ୍ମବିଶ୍ୱାସ ରଖିବା ସହ ପିଲାଙ୍କୁ ସଫଳ ହେବାର ମନ୍ତ୍ର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।


