ଶିଆଳିରେ ସମୁଦ୍ର ବଢ଼ାଉଛି ବିପଦ, ଆତଙ୍କିତ ସ୍ଥାନୀୟ ବାସିନ୍ଦା

2

ଜଗତସିଂହପୁର, ୦୭/୦୯/୨୧ (ଜିଲ୍ଲା ଖବର) :  ଜଗତସିଂହପୁରରେ କୂଳ ଲଂଘୁଛି ସମୁଦ୍ର । ଏରସମା ବ୍ଲକ ଶିଆଳିରେ ସମୁଦ୍ର ବଢ଼ାଉଛି ବିପଦ । ଶିଆଳିଠାରେ ରହିଥିବା ଭିୟୁ ଟାୱାର ଏବେ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ।  

ଯଦି ଏହିପରି ସମୁଦ୍ର କୂଳ ଲଂଘେ ତେବେ ଆନେକ ଗାଁ ପାଣିର ଆଁରେ ପଶିଯିବ । ପଦ୍ମପୁର ପଂଚାୟତର ଶିଆଳି, କଳାବେଦୀ, ଶଙ୍ଖା, ଗଡ଼ ହରିଶପୁର, ଗଡ଼ବିଶନପୁର, ରାମତରା ଆଦି ବହୁ ଗାଁ ସମୁଦ୍ର ଗର୍ଭରେ ଲୀନ ହେବ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା ।