Sunday, November 15, 2026
Home ଆଞ୍ଚଳିକ ଉଦ୍ୟାନ କୃଷି ନିର୍ଦ୍ଧେଶlଳୟ କାର୍ଯ୍ୟାଳୟରେ ମହାଦୁର୍ନତି ଅଭିଯୋଗ

ଉଦ୍ୟାନ କୃଷି ନିର୍ଦ୍ଧେଶlଳୟ କାର୍ଯ୍ୟାଳୟରେ ମହାଦୁର୍ନତି ଅଭିଯୋଗ

11

ଜଟଣୀ,୭/୯/୨୧(ଜିଲ୍ଲା ଖବର) : ସ୍ଥାନୀୟ ଉଦ୍ୟାନ କୃଷି ନିର୍ଦ୍ଧେଶlଳୟ ଅଧିନସ୍ଥ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଓ ସମ୍ପ୍ରସାରଣ କେନ୍ଦ୍ର ଜଟଣୀ କାର୍ଯ୍ୟାଳୟରେ ମହାଦୁର୍ନୀତି ଅଭିଯୋଗ ଆଣିଛନ୍ତି ସଫଳ ଚାଷୀ l ସୂଚନା ମୁତାବକ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଧାଂଶୁ ମୋହନ ପ୍ରଧାନ ଏବଂ ତତ୍ୱାବଧାରକ ଶରତ ଚନ୍ଦ୍ର ଓଝା ମହାଶୟ ମାସକର ୨୫ ଦିନ କାର୍ଯ୍ୟାଳୟରେ ଅନୁପସ୍ଥିତ ରୁହନ୍ତି l ସର୍ବଦା କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ସହୟିକା ରୂପେ ନିଯୁକ୍ତି ପାଇଥିବା ମହିଳା ଗୀତାରାଣୀ ମଙ୍ଗରାଜ କାର୍ଯ୍ୟାଳୟ ଜାଗୁରୁହନ୍ତି l ଯେତେବେଳେ ପଚାରିଲେ କୁହନ୍ତି ବାବୁ ଫିଲଡ଼ରେ ଅଛନ୍ତି l କାର୍ଯ୍ୟାଳୟରେ କୌଣସି ପ୍ରକାରର ସୂଚନା ବୋର୍ଡ ନାହିଁ l ସରକାରଙ୍କ ଦ୍ୱାରା ଆସୁଥିବା ବିଭିନ୍ନ ଯୋଜନା ଗୁଡିକୁ ଚାଷୀମାନଙ୍କୁ ଅବଗତ କରାଉ ନାହାନ୍ତି କିମ୍ବା ଯୋଜନା ଗୁଡିକୁ ସୂଚନା ବୋର୍ଡରେ କୌଣସି ସୂଚନା ପ୍ରଦାନ କରୁନାହାନ୍ତି l ଫନି ଏବଂ କରୋନା ମହାମାରୀ ସମୟରେ ଆସିଥିବା ପନିପରିବା ବିହନ ମୁଣି ଆସିଥିଲେ ମଧ୍ୟ ପ୍ରକୁର୍ତ୍ତ ହିତାଧିକାରୀ ସେଥିରୁ ବଂଚିତ ଅଛନ୍ତି l ତାକୁ ଚାଷୀମାନଙ୍କୁ ନ ଯୋଗାଇ ଅସାଧୁ ମାଧ୍ୟମରେ ଏହାକୁ ଅଧିକ ମୂଲ୍ୟରେ ବାହାରେ ବିକ୍ରି କରନ୍ତି l ଚାଷୀମାନଙ୍କୁ ଚରା ଯୋଗାଣରେ ମଧ୍ୟ ଅନିୟମିତତା ଦେଖାଯାଇଛି l ଚାରା ଯୋଗାଣରେ ଚାଷୀ ମାନଙ୍କ ଠାରୁ ହଜାର ହଜାର ଟଙ୍କା ଲାଞ୍ଚ ନିଅନ୍ତି l ସରକାରଙ୍କ ଦ୍ୱାରା ଆସୁଥିବା ଚାରା ଗୁଡିକୁ ଅଳ୍ପ କିଛି ଚାଷୀଙ୍କୁ ଯୋଗାଇ ୭୫ ଭାଗ ଚାରା ବାହାରେ ବିକ୍ରୀକରନ୍ତି l ମହାମାରୀ ସମୟରେ ପନିପରିବା ଚାଷ ପାଇଁ ଅସୁଥୁବା ଚାରି ହଜାର ଅନୁଦାନ ପାଇଁ କାର୍ଯ୍ୟରତ ଶରତ ଚନ୍ଦ୍ର ଓଝା ଚାଷୀଙ୍କ ଠାରୁ ଏକ ହଜାର ଟଙ୍କା ଲାଞ୍ଚ ନିଅନ୍ତି l ସିଙ୍ଗଲ ଟ୍ରଲି ପରିବା ଚାଷ ପାଇଁ ଖର୍ଚ୍ଚ ୨୫ ହଜାର ଟଙ୍କାର ଅନୁଦାନ ରାଶି ୧୨ ହଜାର ୫ ଶହ ଟଙ୍କା ପାଇଁ ଜର୍ଯ୍ୟରତ ଓଝା ବାବୁ ଚାଷୀଙ୍କ ଠାରୁ ୨ ହଜାର ୫ ଶହ ଟଙ୍କା ଲାଞ୍ଚ ନିଅନ୍ତି l ଛତୁ ଚାଷ ପାଇଁ (ଛାୟା ଗୃହ )ବାବଦକୁ ୭୨ ହଜାର ଟଙ୍କା ଖର୍ଚ ହୁଏ l ଏହି ଚାଷ ପାଇଁ ସରକାରୀ ଅନୁଦାନ ରାଶି ଛତିଶ ହଜାର ଟଙ୍କା ବାବଦକୁ ୧0 ହଜାର ଟଙ୍କା ଲାଞ୍ଚ ନିଅନ୍ତି l ଏବଂ ଏହି ଚାଷ ୱାର୍କ ଅର୍ଡର ପାଇଁ ଅଗ୍ରିମ ତିନି ହଜାର ଛଅଶହ ଟଙ୍କା ନେଇ ଚାଷୀଙ୍କୁ ଦିଅନ୍ତି l ପନିପରିବା ଚାଷପାଇଁ ପାଣି ଛିଞ୍ଚନ ପାଇଁ (ସ୍ପ୍ରିଙ୍କଲନ ପାଇପ )ଯୋଗାଇବାପାଇଁ ଚାଷୀଙ୍କଠାରୁ ଚାରି ହଜାର ପାଞ୍ଚଶହ ଟଙ୍କା ଲାଞ୍ଚ ନିଅନ୍ତି l ବର୍ତ୍ତମାନ ସୁଦ୍ଧା ଚାଷୀମାନେ ଲାଞ୍ଚ ଦେଇ ମଧ୍ୟ ନିଜର ପ୍ରାପ୍ୟ ପାଇନାହାନ୍ତି l ଓଝା ବାବୁଙ୍କ ସହ ଯୁକ୍ତି କଲେ ଚାଷୀଙ୍କୁ କୁହନ୍ତି ତୁମ ଟଙ୍କା ଫେରସ୍ତ ପାଇବ ବ୍ୟସ୍ତ ହୁଅନାହିଁ l ଚାଷୀମାନେ ନିଜର ନାର୍ଯ୍ୟ ହକ ପାଇଁ କୃଷି ନିର୍ଦ୍ଧେଶlଳୟ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ତାଙ୍କ ପାଦର ଚପଲ ସରିଗଲାଣି l ଏହି ମହାଦୁର୍ନୀତିର ମୂଳ ମହାନ ବ୍ୟକ୍ତି ଜଣଙ୍କ ହେଉଛନ୍ତି କାର୍ଯ୍ୟରତ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଧାଂଶୁ ମୋହନ ପ୍ରଧାନ l ବାବୁ ପରଦା ପଛରେ ରହି କାର୍ଯ୍ୟରତ ତତ୍ୱାବଧାରକ ଶରତ ଚନ୍ଦ୍ର ଓଝାଙ୍କ ସହାୟତାରେ ଏହି ଦୁର୍ନୀତି କାର୍ଯ୍ୟ କରନ୍ତି l ଏହି କାର୍ଯ୍ୟରେ ଅତିଷ୍ଠ ହୋଇ ଚାଷୀମାନେ ମିଳିତ ହୋଇ ବାବୁମାନଙ୍କ ବିରୁଦ୍ଧରେ ଏକ ଅଭିଯୋଗ ପତ୍ର ଲିଖିତ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୃଯୁକ୍ତ ନବୀନ ପଟ୍ଟନାୟକ,ଖୋର୍ଦ୍ଧା ଜିଲ୍ଲାପାଳ ମୋହଦୟ, ସାଂସଦ ଅପରାଜିତା ଶଢଙ୍ଗୀ ମୋହଦୟା, ଜଟଣୀ ବିଧାୟକ ଶୁରେଶ କୁମାର ରାଉତରାୟ, ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ, ଜଟଣୀ ତହସିଲଦାର, ଉଦ୍ୟାନ କୃଷି ଅଧିକାରୀ ଭୁବନେଶ୍ୱର, କୃଷି ଅଧିକାରୀ ଖୋର୍ଦ୍ଧା, ଏବଂ ଉଦ୍ୟାନ କୃଷି ବିଭାଗ ଅଧ୍ୟକ୍ଷ ଅଧିକାରୀମାନଙ୍କୁ ପ୍ରଦାନ କରିଛନ୍ତି l ଯଦି ଶରକାରୀ ଅଧିକାରୀ ମାନେ ଆମ ଅଭିଯୋଗ ନ ଶୁଣନ୍ତି କିମ୍ବା ଏହାର ତଦନ୍ତ କରି ଆମ୍ଭମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ନ କରନ୍ତି ତେବେ ଆଗାମୀ ଦିନରେ ଆମ୍ଭେମାନେ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ପଛାଇବୁ ନାହିଁ l
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର